ପଦ୍ମ ଧରିବେ ସୁକାନ୍ତ ନାୟକ !

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ଆଉ ଏତିକି ବେଳେ ଦଳଡିଆଁ ରାଜନୀତି ଯୋଗୁଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଶେଷମୁହୂର୍ତ୍ତରେ ନେତାମାନେ ଅନ୍ୟ ଦଳରେ ଯୋଗଦେବା ପାଇଁ ପ୍ରସ୍ତୁତି କରୁଛନ୍ତି । କିଏ କେଉଁ ଦଳ ଛାଡୁଛନ୍ତି ଓ କେଉଁ ଦଳରେ କିଏ ସାମିଲ ହେଉଛନ୍ତି ତାକୁ ନେଇ ବଢ଼ିବାରେ ଲାଗିଛି ଉତ୍କଣ୍ଠା । ସୂଚନା ଅନୁସାରେ ବିଜେପିରେ ଯୋଗଦେବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଶଙ୍ଖ ଛାଡ଼ିବାର କିଛି ଦିନ ପରେ ପଦ୍ମ ଧରିବେ ସୁକାନ୍ତ ନାୟକ । ଗେରୁଆ ରଙ୍ଗରେ ରଙ୍ଗେଇ ହେବେ ସୁକାନ୍ତ । ଆଜିକୁ ୫ ଦିନ ପୂର୍ବରୁ ବିଜେଡ଼ି ଛାଡ଼ିଥିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସୁକାନ୍ତ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହାଛଡା ଦଳରେ ତାଙ୍କ ବିରୋଧରେ ସାଂଘାତିକ ଷଡଯନ୍ତ୍ର କରାଯାଇଥିବା ଅଭିଯୋଗ ମଧ୍ୟ ଆଣିଥିଲେ ସୁକାନ୍ତ । ତାଙ୍କ ସହ ନୀଳଗିରି ଅଞ୍ଚଳର ଶତାଧିକ କର୍ମୀ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ ।