ପତ୍ନୀ ସୁନିତାଙ୍କୁ ଜନ୍ମଦିନର ଭେଟି ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପୁନଃର୍ବାର ପୁର୍ଣ୍ଣ ବହୁମତ ସହକାରେ ଦିଲ୍ଲୀ ଦଖଲ କରିବାରେ ସଫଳ ହୋଇଛି ଆପ । ସମସ୍ତ ୭୦ ଆସନ ମଧ୍ୟରୁ ବର୍ତମାନ ସୁଦ୍ଧା ୬୭ଟି ବିଧାନସଭା କ୍ଷେତ୍ରକୁ ପୋଛି ନେଇଛି ଝାଡ଼ୁ । ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦ୍ବିତୀୟ ଥର ପାଇଁ ଆସନ ଦଖଲ କରିଛନ୍ତି । ଏହି ଜିତ୍ ଦିଲ୍ଲୀ ବାସୀଙ୍କ ଜିତ୍ । ଏହା ଭାରତ ମାତାର ବିଜୟ ବୋଲି କହିଛନ୍ତି କେଜ୍ରିୱାଲ ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ଦିଲ୍ଲୀ ବାସୀଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି କେଜ୍ରିୱାଲ । ଆଜି ମଙ୍ଗଳବାର ହନୁମାନଙ୍କ ବାର । ପ୍ରଭୁ ବଜରଙ୍ଗବାଲୀଙ୍କ ଆଶୀର୍ବାଦ ପାଇଁ ଦଳ ପୁଣି ଥରେ ସରକାର ଗଢିବାରେ ସଫଳ ହୋଇଛି । ଯେଉଁଥିପାଇଁ ହନୁମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ପତ୍ନୀ ସୁନିତାଙ୍କ ଆଜି ଜନ୍ମଦିନ ରହିଥିବାବେଳେ ଏଭଳି ଖୁସିର ଖବର ନିହାତି ପକ୍ଷେ ତାଙ୍କ ପାଇଁ ଉପହାର ବୋଲି କହିଛନ୍ତି କେଜ୍ରିୱାଲ । ଦିଲ୍ଲୀ ବାସୀ କଥା ନୁହେଁ କାମ ଦେଖି ଭୋଟ ଦେଇଛନ୍ତି । ମାଗଣା ବିଜୁଳି, ସୁଦ୍ଧ ପାନୀୟ ଜଳ, ଚିକିତ୍ସା ଏବଂ ସରକାରୀ ବିଦ୍ୟାଳୟରେ ଉତମ ଶିକ୍ଷାର ଏହା ଜିତ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।