ପଞ୍ଜିକୃତ, ଅଣସ୍ୱୀକୃତି ରାଜନୈତିକ ଦଳର ଚିହ୍ନକୁ ଅନୁମତି ଦେଲେ ଭାରତୀୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଖୁବ ଶିଘ୍ର ଘୋଷଣା ହୋଇପାରେ ଆଗାମୀ ସାଧାରଣ ନିର୍ବାଚନର ତାରିଖ । ଆଉ ଏହା ପୂର୍ବାରୁ ୩୯ଟି ଚିହ୍ନକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ସ୍ୱୀକୃତି ଦେଇଛନ୍ତି ଇସିଆଇ । ପଞ୍ଜିକୃତ, ଅଣସ୍ୱୀକୃତି ରାଜନୈତିକ ଦଳର ଚିହ୍ନକୁ ଅନୁମତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ସେପଟେ ମିଳିଥିବା ସୂଚନା ଅନୁସାରେ, ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ଅପରାହ୍ନ ୫ଟାରେ ବିଜ୍ଞାନ ଭବନରେ ନିର୍ବାଚନ ତାରିଖ ସମ୍ପର୍କରେ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ । ଏହି ପ୍ରେସମିଟରେ ଆଗାମୀ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।