ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍

ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ୱନ୍ତ ସିଂହ ମାନ୍ । ଆଜି ତାଙ୍କୁ ଶପଥପାଠ କରାଇଛନ୍ତି ରାଜ୍ୟପାଳ ବନୱାରିଲାଲ ପୁରୋହିତ । ଏହାକୁ ମିଶାଇ ମାନ ହେବେ ପଞ୍ଜାବର ୧୭ତମ ମୁଖ୍ୟମନ୍ତ୍ରୀ । କୁହାଯାଉଛି ଯେ କେବଳ ଭଗବନ୍ତ ମାନ ଆଜି ଶପଥ ନେବେ । ଅବଶିଷ୍ଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ହେବ। ହୁଶିଆରପୁର ଜିଲ୍ଲାର ସହିଦ-ଏ-ଆଜମ ଭଗଓ୍ୱନ୍ତ ସିଂହଙ୍କର ଗାଁ ଖଟକରାଲାନରୋ ହୋଇଥିଲା ଏହି ଶପଥ ଗ୍ରହଣ ଉତ୍ସବ ।

ଏହି ଉତ୍ସବରେ ରାଜ୍ୟର କୌଣସି ଭିଭିଆଇପି ସାମିଲ ହୋଇନଥିଲେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା AAP ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ ଏହି ଉତ୍ସବରେ ସାମିଲ ହୋଇଥିଲେ। ସୂଚନା ଥାଉକି, ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ବୃହତ ବିଜୟ ହାସଲ କରିଛି । ଦୀର୍ଘବର୍ଷ ଧରି ଏଠାରେ ରାଜୁତି କରୁଥିବା କଂଗ୍ରେସକୁ ମାଟି ଚଟାଇଛି ଆପ। ଶପଥ ଗ୍ରହଣ ପୂର୍ବରୁ ମାନ କହିଥିଲେ ଯେ ଭଗତ ସିଂହ ଏବଂ ଭୀମରାଓ ଆମ୍ବେଦକରଙ୍କ ସ୍ୱପ୍ନକୁ ପୁରଣ କରିବା ପାଇଁ ଆମେ ଶପଥ ନେଉଛୁ । ବାସ୍ତବରେ ଭଗଓ୍ୱନ୍ତ ସିଂହ ମାନ ସହିଦ-ଏ-ଆଜମ ଭଗତ ସିଂଙ୍କର ଜଣେ ବଡ଼ ପ୍ରଶଂସକ । ସେଥିପାଇଁ ସେ ତାଙ୍କ ପରି ପୋଷାକ ପିନ୍ଧନ୍ତି । ସେ ଭଗତ ସିଂଙ୍କ ସ୍ଲୋଗାନ ‘ଇନକିଲାବ ଜିନ୍ଦାବାଦ’ର ସ୍ଲୋଗାନ ଦେଇ ରାଲି ଆରମ୍ଭ ଓ ଶେଷ କରିଥିବାର ଦେଖିବାକୁ ମିଳିଥିଲା ।