ନୂଆ ଚେହେରା ସହିତ ନୂଆ ରୂପ ନେବ ଓଡ଼ିଶା କଂଗ୍ରେସ : ନିରଞ୍ଜନ

ରାହୁଲ ଗାନ୍ଧୀଙ୍କ ଘରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଓଡ଼ିଶା କଂଗ୍ରେସ ର କିଏ ଧରିବ ମଙ୍ଗ ସେନେଇ ଆଲୋଚନା ହୋଇଛି । ପିସିସି ସଭାପତି ପରିବର୍ତ୍ତନ ନେଇ ଆଲୋଚନା ହୋଇଛି । ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଚନ୍ତି ନେତା ।

ସେପଟେ ପରିବର୍ତ୍ତନର ସଂକେତ ଦେଲେ ନିରଞ୍ଜନ । ନୂଆ ଚେହେରା ସହିତ ନୂଆ ରୂପ ନେବ ଓଡ଼ିଶା କଂଗ୍ରେସ। ଆସନ୍ତାକାଲି ନୂଆ ନାମ ଘୋଷଣା ସମ୍ଭାବନା ରହିଥିବା ବେଳେ ପଶ୍ଚିମ ଓଡ଼ିଶା ନେତା ହୋଇପାରନ୍ତି ପିସିସି ସଭାପତି ।

ନୂଆଦିଲ୍ଲୀ ୧୨ ତୁଗଲକ ଲେନ । ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି ରାହୁଲ । ରାଜ୍ୟ ପିସିସିକୁ ଖୁବଶୀଘ୍ର ମିଳିବ ନୂଆ ଚେହେରା। ରାଜ୍ୟ ପିସିସି ପରିବର୍ତ୍ତନ ସହ ସାଂଗଠନିକ ସ୍ଥିତି ନେଇ ଚର୍ଚ୍ଚା ହୋଇଛି । ଓଡ଼ିଶା କଂଗ୍ରେସ ପ୍ରଭାରୀ, ସମସ୍ତ ୯ ଜଣ ବିଧାୟକ, ପୂର୍ବତନ ପିସିସି ପ୍ରମୁଖ ଏହି ଆଲୋଚନାରେ ଉପସ୍ଥିତ ଥିଲେ।

ବୈଠକ ସରିଲା ପରେ ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ମୁଁ ସ୍ପଷ୍ଟ ଭାବେ ମନା କରିଛି ଆଉ ଦାଇତ୍ୱରେ ରହିବି ନାହିଁ। ଅସୁସ୍ଥତା ଯୋଗୁଁ ମୁଁ ୨ ବର୍ଷ ଆଗରୁ ଏ ନେଇ ସୂଚନା ଦେଇଛି । ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି । ଏଥିସହିତ ଖୁବ୍‌ଶୀଘ୍ର ସଭାପତି ପରିବର୍ତ୍ତନ ହେବ ବୋଲି ସେ ସଂକେତ ଦେଇଛନ୍ତି । ସନ୍ଧ୍ୟା ୬ ଟା ୧୦ ରେ ସମସ୍ତେ ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଥିଲେ । ୬.୨୯ରେ ରାହୁଲ ଗାନ୍ଧୀ ତାଙ୍କ ବାସଭବନରୁ ଆସି ଆଲୋଚନା କରିଥିଲେ । ୭.୨୫ ବେଳକୁ ଓଡ଼ିଶା କଂଗ୍ରେସ ନେତା ବାସଭବନରୁ ବାହାରି ଥିଲେ । ପ୍ରାୟ ଏକ ଘଣ୍ଟା ଧରି ଏହି ଆଲୋଚନା ଚାଲିଥିଲା ।