ନିର୍ବାଚନ ପୂର୍ବରୁ ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟରେ ମଙ୍ଗଳବାର ୨୧ ଜଣ ଆଇପିଏସ୍ ଓ ୮ ଜଣ ଓପିଏସ୍ଙ୍କର ବଡ଼ ଧରଣର ଅଦଳବଦଳ ହୋଇଛି । ସୁନୀଲ ରାଏଙ୍କୁ ସ୍ୱତନ୍ତ୍ର ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ଆଇନଶୃଙ୍ଖଳା ବିଭାଗର ଅତିରିକ୍ତ ଡି.ଜି ଭାବେ ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି । ବିନାୟନନ୍ଦ ଝାଙ୍କୁ ଅତିରିକ୍ତ ଡିଜି ଓ ନିର୍ଦ୍ଦେଶକ, ଓଏଚ୍ଆରସିର ଦାୟିତ୍ୱ ମିଳିଛି । ଅନ୍ୟପଟେ ଅମିତାଭ ଠାକୁରଙ୍କୁ ଆଇଜିପି, ଏସ୍ଏପି ଦାୟିତ୍ୱ ତୁଲାଇବାକୁ ଦିଆଯାଇଥିବାବେଳେ ଏସ୍.ସାଇନ୍ ବିପିଏସ୍ପିଏ ଆଇଜି ଦାୟିତ୍ୱରେ ରହିବେ । ଦକ୍ଷିଣାଂଚଳ ଡିଆଇଜି ଦାୟିତ୍ୱରେ ହିମାଂସୁ ଲାଲ ରହିବେ । ଦକ୍ଷିଣାଂଚଳ ଆଇଜି ଭାବେ ଜତିନ୍ଦ୍ର କୋଏଲ, ଆଶିଷ ସିଂଙ୍କୁ ଡିଆଇଜି, ଇନ୍ଟେଲିଜେନ୍ସ ଦାୟିତ୍ୱ ଦିଆଯାଇଛି । ସେହିପରି ମହେନ୍ଦ୍ର ପ୍ରତାପଙ୍କୁ ଜେଲ ଓ ଡିସିଏସ୍ ଅତିରିକ୍ତ ଡିଜି କମ୍ ଆଇଜି ଦାୟିତ୍ୱ ମିଳିଛି । ସାର୍ଥକ ଷଡଙ୍ଗୀଙ୍କୁ ରାଉଲକେଲା ଏସ୍ପି, ଉମାଶଙ୍କର ଦାସଙ୍କୁ ପୁରୀ ଏସ୍ପି, ସାରା ଶର୍ମା ଗଜପତି ଏସ୍ପି, ଅନୁପମା ଜେମ୍ସଙ୍କୁ ଢ଼େଙ୍କାନାଳ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି ରାହୁଲ ପିଆରଙ୍କୁ ଏସ୍ପି ଓ ସିଆଇଡି, କ୍ରାଇମ୍ବ୍ରାଂଚ(ଏସ୍ଟିଏଫ୍) ଦାୟିତ୍ୱ ଦିଆଯାଇଛି । ରାହୁଲ ଜୈନ୍ଙ୍କୁ ଦେବଗଡ଼ ଏସ୍ପି,କେ.ଏନ୍ ଡୁଗଡୁଙ୍କୁ ନବରଙ୍ଗପୁର ଏସ୍ପି, ଅମୂଲ୍ୟ କୁମାରଙ୍କୁ ଖୋର୍ଦ୍ଧା ଏସ୍ପି ଏବଂ ଶ୍ରବଣ ବିବେକ ଏମ୍ଙ୍କୁ ରାୟଗଡ଼ା ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି ।