ନିକିତା ଦତ୍ତାଙ୍କ ସହ ବିବାହ କରିବେ ଜୁବିନ ନଟିୟାଲ

ଫିଲ୍ମ ଇଣ୍ଡଷ୍ଟ୍ରୀରେ ଗତ କିଛି ମାସ ଧରି ୱେଡିଂ ସିଜନ ଜାରି ରହିଛି । ଏହି କ୍ରମରେ ଏବେ ଆଉ ଦୁଇ ଷ୍ଟାରଙ୍କ ନାମ ଯୋଡ଼ି ହେବାକୁ ଯାଉଛି । ସୂଚନା ଅନୁଯାୟୀ ବଲିଉଡ୍‌ର ଲୋକପ୍ରିୟ ଗାୟକ ଜୁବିନ ନଟିୟାଲ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ସେ ନିଜ ଜୀବନସାଥୀ ଚୟନ କରିସାରିଛନ୍ତି । କେବଳ ସେତିକି ନୁହେଁ ଉଭୟ ମୁମ୍ବାଇରେ ବିବାହର ପ୍ଲାନିଂ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ ଜୁବିନ ନଟିୟାଲ ଫିଲ୍ମ ‘କବୀର ସିଂହ’ ଏବଂ ‘ଦ ବିଗ୍‌ ବୁଲ୍‌’ ଅଭିନେତ୍ରୀ ନିକିତା ଦତ୍ତାଙ୍କୁ ବିବାହ କରିବେ । ଏପରିକି ଉଭୟ ଉତ୍ତରାଖଣ୍ଡରେ ସାତ୍‌ ଫେରେ ନେବେ ବୋଲି ଚର୍ଚ୍ଚା ହେଉଛି । ନିକଟରେ ଉଭୟ ପରିବାର ମଧ୍ୟରେ ସାକ୍ଷାତ ହୋଇଥିବା ଜଣାପଡ଼ିଛି । ଏଥିସହ ବିବାହ ପ୍ଲାନିଂ ପାଇଁ ଜୁବିନ ଅଭିନେତ୍ରୀ ନିକିତାଙ୍କ ଘରକୁ ମଧ୍ୟ ଆସିଥିଲେ । ଏହାପୂର୍ବରୁ ଉଭୟ ଲଭ୍‌ବାର୍ଡଙ୍କୁ ଏକତ୍ର ବହୁ ସ୍ଥାନର ସ୍ପଟ୍‌ କରାଯାଇଛି । କେବଳ ସେତିକି ନୁହେଁ ପରସ୍ପର ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ ଦେଉଛନ୍ତି ।

ନିକଟରେ ନିକିତା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଥିଲେ, ‘ସେ ତାଙ୍କ ଆତ୍ମା ଏହି ପାହାଡ଼ରେ ଛାଡ଼ିଆସିଛନ୍ତି ।’ ଏହାପରେ ତୁରନ୍ତ ଜୁବିନ କମେଣ୍ଟ୍‌ରେ ନିଜ ପ୍ରତିକ୍ରିୟା ଦେଇଥିଲେ । ଏହି ପୋଷ୍ଟ ପରେ ବି-ଟାଉନରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି ।

ଆଉ ଏବେ ଖବର ଆସିଛି ଯେ ନିକିତା ଉତ୍ତରାଖଣ୍ଡରେ ଜୁବିନଙ୍କ ଘରକୁ ଯାଇଥିଲେ ଏବଂ ଜୋରସୋରରେ ବିବାହ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ଜୁବିନ ନଟିୟାଲ ଏବଂ ନିକିତା ଦତ୍ତାଙ୍କ ମଧ୍ୟରେ ସାକ୍ଷାତକାର ପ୍ରଥମଥର ପାଇଁ ଫିଲ୍ମ କବୀର ସିଂହ ସେଟ୍‌ରେ ହୋଇଥିଲା । ଯଦିଓ ଉଭୟ ଷ୍ଟାରଙ୍କ ବିବାହର ଖବର ଚର୍ଚ୍ଚାରେ ରହିଛି, କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କେହି ମୁହଁ ଖୋଲିନାହାନ୍ତି ।