ନିଆଳି ମେଣ୍ଢା ମୃତ୍ୟୁ ଘଟଣା: ଅନୁଧ୍ୟାନ କଲା ଟିମ

ନିଆଳି: ଲଗାତାର ମେଣ୍ଢାଙ୍କ ମୃତ୍ୟୁ ଘଟଣାର ନିଆଳି ବାଁ ସାହିରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛି ତିନି ଜଣିଆ ବିଶେଂସଗ୍ୟ ଟିମ । ଏହି ଟିମ ମୃତ ମେଣ୍ଢାର ରକ୍ତ ନମୁନା ସଂଗ୍ରହ କରି ଫେରିଛି । ତଦନ୍ତ କରି ଟିମ ସରକାରଙଅକୁ ରିପୋର୍ଟ ଦେବ ବୋଲି କହିଛି ଟିମ । ନିଆଳିରେ ଗୋଟିଏ ପରେ ଗୋଟିଏ ମେଣ୍ଢାଙ୍କ ମୃତ୍ୟୁ ଏବଂ ସେ ଅଞ୍ଚଳରେ ବ୍ୟାପିଥିବା ଅଜଣା ଭୟ ସାରା ରାଜ୍ୟ ପାଇଁ ରହସ୍ୟର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି। ଏମିତିକି ପ୍ରଶାସନ ପାଇଁ ମଧ୍ୟ ମୁଣ୍ଡ ବିନ୍ଧା ପାଲଟିଲାଣି। ଏହା ଏକ ହେଟା କିମ୍ବା ବିଲୁଆ ହୋଇଥିବ ବୋଲି ପଶୁ ସଂପଦ ମନ୍ତ୍ରୀ ଦାମ ରାଉତ କହିଛନ୍ତି। ସେପଟେ ଭୟର ମୂଳରେ ରହିଥିବା ଭାଇରାଲ ଫଟୋର ସୋର୍ସ  ଜାଣିବା ଲାଗି ସାଇବର ସେଲ୍‌ ଅନୁଧ୍ୟାନ ଆରମ୍ଭ ହୋଇଛି।

ନିଦ ହଜେଇ ଦେଲାଣି ଅଜଣା ଭୟ । କିଏ ଏମିତି ମେଣ୍ଢା କଲିଜା ଖାଉଛି। କାହିଁକି ନିଆଳିରେ ଏମିତି ତାଟି କବାଟ ପଡ଼ିଯାଇଛି। କାହିଁକି ମେଣ୍ଢା ଜଗିବାକୁ ସାହିର ଭେଣ୍ଡା ରାତି ଅନିଦ୍ରା ହେଉଛନ୍ତି। ଏସବୁ କେବଳ ନିଆଳିବାସୀଙ୍କ ନିଦ ହଜାଇନି ପ୍ରଶାସନ ପାଇଁ ବି ମୁଣ୍ଡ ବିନ୍ଧା ହେଲାଣି। ଏହା ଏକ ଜଙ୍ଗଲୀ ଜନ୍ତୁ, ହେଟା ହୋଇଥିବା ଅନୁମାନ କରିଛନ୍ତି ପଶୁ ସଂପଦ ମନ୍ତ୍ରୀ ଦାମ ରାଉତ। ଏନେଇ ସେ CDVOଙ୍କ ସହ ଆଲୋଚନା କରିଛନ୍ତି । ହେଟାକୁ ଧରିବା ପାଇଁ ପଶୁ ସଂପଦ ବିଭାଗ ଜଙ୍ଗଲ ବିଭାଗକୁ ପତ୍ର ଲେଖିଛି ।ସେପଟେ କଟକ ଜିଲ୍ଲା ପ୍ରଶାସନ କହୁଛି ଏହା ଗୋଟି ରାମ ଶିଆଳ। ରାମ ଶିଆଳକୁ ଧରିବାଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।  ଟିମ୍ ରେ ପୋଲିସ , ବନ ବିଭାଗର କର୍ମଚାରୀ ଏବଂ ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀମାନେ ସାମିଲ ହୋଇଛନ୍ତି । ଆବଶ୍ୟକ ପଡିଲେ ସି ସି ଟିଭି କ୍ୟାମେରା ଲଗାଯିବ ବୋଲି ମଧ୍ୟ କହିଛନ୍ତି ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ।