ନିଆଳି ପରେ କଳାହାଣ୍ଡି:ଅଜଣା ଜନ୍ତୁ ଆକ୍ରମଣରେ ଦୁଇ ମେଣ୍ଢା ମୃତ୍ୟୁ,ଜଙ୍ଗଲ ବିଭ।ଗର ତଦନ୍ତ

କଳାହାଣ୍ଡି: ନିଆଳି ପରେ କଳାହାଣ୍ଡିରେ ଅଜଣା ଜନ୍ତୁ ଆତଙ୍କ । କଲମପୁର ବ୍ଲକରେ ମହାରଣା ପଡାରେ ଅଜଣା ଜନ୍ତୁ ଆକ୍ରମଣରେ ୨ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଗୋଟିଏ ମେଣ୍ଢାର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଏକ ମେଣ୍ଢାର ପତ୍ତା ମିଳିନି । ଏ ନେଇ ମେଣ୍ଢା ମାଲିକ ନରେନ୍ଦ୍ର ଶବର ବନ ବିଭାଗକୁ ସୂଚନା ଦେଇଥିଲେ । ଖବର ଗଣମାଧ୍ୟମରେ ପ୍ରଚାର ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ରିପୋର୍ଟ ତଲବ କରିଛନ୍ତି । ଅଜଣା ଜନ୍ତୁ ଆତଙ୍କ ଘଟଣାରେ PCCF ଓ କଳାହାଣ୍ଡି RCCF ରିପୋର୍ଟ ମାଗିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ତନାଘନା ପରେ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଁଚି ଅନୁଧ୍ୟାନ କରିଛନ୍ତି । ଗଧିଆ ଭଳି ଜନ୍ତୁଙ୍କ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ବୋଲି ବନ ବିଭାଗ କହିଛି । ମୃତ୍ୟ ମେଣ୍ଢାର କଲିଜ ନଥିବା ମଧ୍ୟ ଜଣା ପଡିଛି । ମୃତ ଦେହକୁ ରଖି ବନ ବିଭାଗ ଘଟଣା ସ୍ଥଳରେ ରାତିରେ ଜବିବ ବୋଲି ବନ ବିଭଆଗ ସୂଚନା ଦେଇଛି । ସେପଟେନିଆଳିରେ ଥମୁନି ଆତଙ୍କ । ଠେଙ୍ଗାବାଡ଼ି ଧରି ଲୋକେ ରାତି ଜଗୁଛନ୍ତି । ବନବିଭାଗ ବି ଟର୍ଚ୍ଚ ମାରି ବୁଲୁଛି, ତଥାପି ଅଜଣା ଜନ୍ତୁ ଧରାଦେଉନାହିଁ । ସେପଟେ ଅଜଣା ଜନ୍ତୁକୁ ଧରିବାକୁ ନିଆଳି ଖୁଲିସ୍ ଗାଁ ମଶାଣିରେ ଗୋଟିଏ ଯନ୍ତା ବସାଇଛି ବନବିଭାଗ । କିନ୍ତୁ ଚତୁର ଜନ୍ତୁ ଧରାଦେଉନାହିଁ । ତେବେ ଏଥିରେ ଧରାନପଡିଲେ ଅଧିକ ଯନ୍ତା ବସାଯିବ । ଆଉ ଯଦି ଯନ୍ତାରେ ଧରାନପଡେ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ।