ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଗଜପତି: ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପାରଳାଖେମୁଣ୍ଡି ଅନ୍ତର୍ଗତ କ୍ୟାମ୍ପ୍‌ ଷ୍ଟ୍ରିଟ୍‌-୨ର ଜଣେ ବ୍ୟକ୍ତିଙ୍କୁ ପୁଲିସ ସୋମବାର ଅଟକ ରଖିଛି। ଅଭିଯୁକ୍ତ ବାରିକ ପ୍ରଧାନ ପଡ଼ୋଶୀ ଉମାଶଙ୍କର ବି ନାବାଳିକା ସହ ଦୁଷ୍କର୍ମ କରିଛନ୍ତି ବୋଲି ସେ ପାରଳାଖେମୁଣ୍ହି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଇପିସି ଧାରା ୟୁ/ଏସ୍‌ ୩୭୬ ଏବି/୫୦୬/୩୪ ଏବଂ ପୋକ୍‌ସୋ ଆଇନ୍‌ରେ ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ କରୁଛି ବୋଲି ଏସ୍‌ଡିପିଓ କହିଛନ୍ତି।