ନବୀନଙ୍କୁ ଅନୁକରଣ କଲେ ଅମରିନ୍ଦର : ଓଡିଶା ପରି ଲକଡାଇନ ଅବଧି ମେ’୧ ଯାଏ ବଢାଇଲେ ବଞ୍ଜାବ ସରକାର

ଭୁବନେଶ୍ୱର : ନବୀନଙ୍କୁ ଅନୁକରଣ କଲେ ଅମରିନ୍ଦର । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକଡାଉନ ଅବଧିକୁ ଅପ୍ରେଲ ୩୦ ତାରିଖ ଯାଏ ବଢାବାକୁ ନିଷ୍ପତ୍ତି ନେବା ପରେ ସେଇ ବାଟ ଆପଣାଇଛି ପଞ୍ଜାବ । ନବୀନଙ୍କ ରାସ୍ତାରେ ଯାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରିନ୍ଦ୍ର ସିଂହ । ଲକଡାଉନ୍ ଅବଧି ବଢାଇବା ପାଇଁ ନିଷ୍ପତି ନେଲେ ପଞ୍ଜାବ ସରକାର । ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦରଙ୍କ ନେତୃତ୍ୱରେ ହୋଇଥିବା ପଞ୍ଜାବ କ୍ୟାବିନେଟର ବୈଠକରେ ଶୁକ୍ରବାର ଏହି ନିଷ୍ପତ୍ତି ନିଆଯାଇଛି । କରୋନା ମୁକାବିଲା ପାଇଁ ସର୍ବପ୍ରଥମ ରାଜ୍ୟ ଭାବେ ପଞ୍ଜାବ କର୍ଫ୍ୟୁ ଲଗାଇଥିଲା । ତେବେ ସେଠାରେ ସ୍ଥିତି ଅଣାୟତ୍ତ ଥିବାରୁ ଲକଡାଉନ ଅବଧିକୁ ବଢାଇବାକୁ ନିଷ୍ପତି ନେଇଛନ୍ତି ପଞ୍ଜାବ ସରକାର । ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ୧୩୨ ଜଣଙ୍କର ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୁଣ୍ଡ ନେଇଛି ଏହି ଭାଇରସ । ପଞ୍ଜାବର ମୁଖ୍ୟ ଶାସନ ସଚିବ କେବିଏସ୍ ସିଦ୍ଧୁ କହିଛନ୍ତି ପଞ୍ଜାବରେ କ୍ୟାବିନେଟ୍ ଲକଡାଉନକୁ ଏପ୍ରିଲ୍ ୩୦ ମେ ୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଅର୍ଥାତ ଆଜିଠାରୁ ଏହାକୁ ୨୧ ଦିନ ଯାଏଁ ବୃଦ୍ଧି କରାଯାଇଛି ।

କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ନକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଓଡିଶାର ଲକଡାଉନ ଅବଧି ବଢାବାକୁ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ।