ନଦୀରେ ଭାସିଗଲେ ଗୋଟିଏ ପରିବାର ୬ ସଦସ୍ୟ

ଭଞ୍ଜନଗର : ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଏକ ଅଭାବନୀୟ ଓ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଥିବାର ଦେଖିବାକୁ ମିଳିଛି । ନଦୀ ପାଣିରେ ଘର ସହ ଗୋଟିଏ ପରିବାର ଲୋକ ଭାସିଯାଇଛନ୍ତି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଗାଡସବାଡି ପଞ୍ଚାୟତ ଭୂତପଙ୍କାଳ ଗାଁରେ । ତିତଲି ପ୍ରଭାବରେ ହେଉଥିବା ବର୍ଷା ଯୋଗୁଁ ଅଡାଙ୍ଗି ନଦୀ ପାଣିରେ ଗୋଟିଏ ଘର ଭାସିଯାଇଛି । ଉକ୍ତ ଘରେ ଗୋଟିଏ ପରିବାରର ୬ ଜଣ ଥିଲେ । ତେବେ ବର୍ତ୍ତମାନ ଉକ୍ତ ଘର ସହିତ ୬ ସଦସ୍ୟ ନିଖୋଜ ଥିବା ସୁଚନା ମିଳିଛି । ଗାଁ ନିକଟରେ ଅଡାଙ୍ଗି ନଦୀରେ ଭାସିଗଲା ଇନ୍ଦିରା ଆବାସ ଘରଟି । ଗଞ୍ଜାମ ଜିଲ୍ଲାପାଳଙ୍କ ସୁଚନା ଦେଇ କହିଛନ୍ତି ଯେ ଦିନ ୧୨ଟାରୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ତେବେ ବର୍ତ୍ତମାନ ପ ର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି । ଗାଁ ଲୋକ ସମେତ ଅଗ୍ନିଶମ ବିଭାଗ ଓ ଓଡାରଫ ଟିମ୍ ଲାଗିଛନ୍ତି । ତଥାପି କୌଣସି ସୁଫଳ ମିଳିପାରୁ ନାହିଁ ।