ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ

ପ୍ରମୋଦ ସାୱନ୍ତ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେଇଛନ୍ତି। ଆଜି ପାଣାଜିରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ ।

ନିକଟରେ ଗୋଆରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଗୋଆରେ କିଏ ସରକାର ଗଠନ କରିବ ତାକୁ ନେଇ ଦ୍ୱନ୍ଦ ରହିଥିଲା । ମୋଟ୍ ୪୦ଟି ଆସନରୁ ୨୦ଟିରେ ବିଜେପି ବିଜୟ ଲାଭ କରିଥିବା ବେଳେ ୧୧ଟିରେ କଂଗ୍ରେସ ବିଜୟ ହାସଲ କରିଥିଲା ଏହାପରେ ବିଜେପି ପାଇଁ ଗେମ୍ ଚେଞ୍ଜର ପାଲଟିଥିଲା ଏମଜିପି ପାର୍ଟି ଏହାପରେ ଅନେକ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ଓ ଶେଷରେ ବିଜେପି ସରକାର ଗଠନ କରିବାରେ ସଫଳ ହୋଇଛି ।