ଦେବଦୂତ ସାଜିଲା କୋଷ୍ଟଗାର୍ଡ ହେଲିକପ୍ଟର; ୧୧ ମତ୍ସ୍ୟଜୀବୀଙ୍କ କଲେ ଉଦ୍ଧାର

ମଝି ସମୁଦ୍ରରୁ ଉଦ୍ଧାର ହେଲେ ସମସ୍ତ ୧୧ ମତ୍ସ୍ୟଜୀବୀ । ଗଞ୍ଜାମ ସୋନାପୁର ନିକଟସ୍ଥ ସମୁଦ୍ରରେ ଫସିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏୟାରଲିଫ୍ଟ ପାଇଁ ଭୁବନେଶ୍ୱରରୁ ଯାଇଥିଲା କୋଷ୍ଟଗାର୍ଡ ହେଲିକପ୍ଟର । ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମୁଦ୍ରରେ ଫସି ଯାଇଥିଲେ ରଙ୍ଗେଇଲୁଣ୍ଡା ବ୍ଳକ ମାର୍କଣ୍ଡି ଅଞ୍ଚଳର ମତ୍ସ୍ୟଜୀବୀ ।

ଖବର ପାଇବା ପରେ ତତ୍ପରତା ଦେଖାଇଥିଲା ପ୍ରଶାସନ । ଏହାପରେ ତତ୍‌କ୍ଷଣାତ ରେସ୍‌କ୍ୟୁ ଅପରେସନ ଆରମ୍ଭ କରିଥିଲା ।