ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ଏନ୍‌କାଉଣ୍ଟରରେ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଲିସ୍ ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ତଥା ସାର୍ପ ସୁଟର୍ ବିଜୟ ନାୟକ। ତା’ ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ତା’ ନିକଟରୁ ପୁଲିସ୍‌ ଗୋଟିଏ ମାଉଜର୍‌, ଗୁଳି ଓ ବାଇକ୍ ଜବତ କରିଛି। ତା’ସହିତ ତା’ଠାରୁ ଏକ ନକଲି ଭୋଟ୍ ପରିଚୟ ପତ୍ର ବି ଜବତ କରାଯାଇଛି। କେନ୍ଦ୍ରାପଡ଼ାର କଜଳା ନିକଟରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏହି ଏନ୍‌କାଉଣ୍ଟର ହୋଇଥିଲା।ବିଜୟ ଚଉଁରି ବରହମ୍‌ପୁରରେ ଥିବା ତା’ ଘରକୁ ଯାଉଥିବା ନେଇ ପୁଲିସ୍‌କୁ ଖବର ମିଳିଥିଲା। ଏହା ପରେ କେନ୍ଦ୍ରାପଡ଼ା ସଦର ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍‌ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା।