ଦିଲ୍ଲୀରେ ମରିସସ୍‍ ପ୍ରଧାନମନ୍ତ୍ରୀ

ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ୮ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଥିବା ଶ୍ରୀ ଜଗନ୍ନାଥଙ୍କ ସହ ତାଙ୍କ ପତ୍ନୀ କୋବିତ ଜଗନ୍ନାଥ ଓ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସାମିଲ ଅଛନ୍ତି। ଏହି ଉଚ୍ଚସ୍ତରୀୟ ଦଳ ଆସନ୍ତା ୧୯ ତାରିଖରେ ଜାମନଗରଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ଲୋବାଲ୍‍ ସେଣ୍ଟର ଫର୍‍ ଟ୍ରାଡିସ୍‍ନାଲ୍‍ ମେଡିସିନ୍‍ର ଭୂମିପୂଜନ ଉତ୍ସବରେ ଯୋଗଦେବେ। ଏହା ପରେ ଆସନ୍ତା ୨୦ ତାରିଖରେ ଶ୍ରୀ ଜଗନ୍ନାଥ ପ୍ରଧାନମନ୍ତ୍ରୀଙ୍କ ସହ ଗାନ୍ଧୀନଗରଠାରେ ଗ୍ଲୋବାଲ୍‍ ଆୟୁଷ୍‍ ଇନ୍‍ଭେଷ୍ଟମେଣ୍ଟ ଆଣ୍ଡ ଇନୋଭେସନ୍‍ ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୁଜରାଟ ଓ ନୂଆଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମରିସସ୍‍ ପ୍ରଧାନମନ୍ତ୍ରୀ ବାରାଣସୀ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।