ଦିନକୁ ଦିନ ବଢ଼ୁଛି ଜ୍ୟାକଲିନ୍‌ଙ୍କ ଅଡୁଆ

ଦିନକୁ ଦିନ ବଢ଼ୁଛି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିସଙ୍କ ଅଡୁଆ। ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କିଛି ଦିନ ପୂର୍ବରୁ ତାଙ୍କର ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିନିଆଯାଇଥିଲା। ଏବେ ତାଙ୍କ ପାର୍ସପୋର୍ଟ ଜବତ ମଧ୍ୟ କରାଯାଇଛି। ପାର୍ସପୋର୍ଟ ଜବତ ହେବା ପରେ ଜ୍ୟାକ୍‌ଲିନ୍‌ ଆଉ ଦେଶ ବାହାରକୁ ଯାଇପାରିବେ ନାହିଁ।

ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଜ୍ୟାକ୍‌ଲିନ୍‌ ୧୫ ଦିନିଆ ବିଦେଶ ଗ୍ରସ୍ତକୁ ନେଇ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ୨୦୨୨ ଆଇଫା ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ତାଙ୍କୁ ଆବୁଧାବି ଯିବାକୁ ପଡ଼ଇବ। ସେ ଆବୁଧାବି, ଫ୍ରାନ୍ସ ଏବଂ ନେପାଳ ଯାତ୍ରା କରିବାକୁ କୋର୍ଟକୁ ଅନୁମତି ଲୋଡ଼ିଛନ୍ତି। ପଟିଆଲା ହାଉସ୍‌ କୋର୍ଟ ତାଙ୍କ ଆବେଦନ ଉପରେ ମଇ ୧୮ରେ ଶୁଣାଣି କରିବେ।