ଦିଦିଙ୍କୁ ବିଦ୍ରୋହୀ ଭୟ

ପଶ୍ଚିମବଙ୍ଗ:ମମତାଙ୍କୁ ବିଦ୍ରୋହର ଭୟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ଦଳରୁ କ୍ରସ ଭୋଟିଂ ଚିନ୍ତାରେ । ସେଥିଲାଗି ଟିଏମସିର ସମସ୍ତ ସାଂସଦ କୋଲକାତାରେ ଭୋଟ ଦେବା ଚାହୁଁଛନ୍ତି ମମତା । ୟୁପିଏ ଏବଂ ସହଯୋଗୀଙ୍କ ସମର୍ଥୀତ ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ କରୁଛନ୍ତି ମମତା । କିନ୍ତୁ ଏନଡିଏ ପ୍ରାର୍ଥୀ ରାମ ନାଥ କୋବିନ୍ଦଙ୍କ ଆଡକୁ କିଛି ସାଂସଦ ଢଳିବା ମମତା ଆଶଙ୍କା କରୁଛନ୍ତି । ସ୍ୱତନ୍ତ୍ର ଗୋର୍ଖା ରାଜ୍ୟ ଗଠନ ଆନ୍ଦୋଳନ ସାଙ୍ଗକୁ ରାଜ୍ୟସରକାର ବିରୋଧି ହାୱାକୁ ଧରି ବିଜେପି ଅଧ୍ୟକ୍ଷ ଅମିତ ଶାହା ସଂଗଠନ ଗଢିବା ରଣନୀତି ରେ ଥିବା ବେଳେ ମମତାଙ୍କୁ ଘାରିଛି ବିଦ୍ରୋହ ଭୟ ।