ଦାୟିତ୍ବ ଗ୍ରହଣ କଲେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହ
ଭୁବନେଶ୍ବର : ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ବ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଅଜିତ ସିଂହ । ଏହାପରେ ଜଷ୍ଟିସ୍ ସିଂହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଆଜି ଭେଟିଛନ୍ତି । ଓଡ଼ିଶା ଲୋକାୟୁକ୍ତ ଆଇନ କାର୍ଯ୍ୟକ୍ଷମ ହେବା ପରେ ଲୋକାୟୁକ୍ତ ଚୟନ କମିଟିର ସୁପାରିସକୁ ଗ୍ରହଣ କରି ଜଷ୍ଟିସ୍ ସିଂହଙ୍କୁ ମାର୍ଚ୍ଚ ୨ ତାରିଖରେ ନିଯୁକ୍ତି ଦେଇଥିଲେ ରାଜ୍ୟପାଳ।
ଜଷ୍ଟିସ୍ ଅଜିତ ସିଂହ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ସେ ମାର୍ଚ ୨୦୧୬ରେ ମୁଖ୍ୟ ବିଚାରପତି ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ସେପଟେମ୍ବର ୨୦୧୮ରେ ଅବସର ଗ୍ରହଣ କରିଥିଲେ। ୧୯୫୬ରେ ଜଷ୍ଟିସ୍ ସିଂହ ମଧ୍ୟପ୍ରଦେଶର ଜବଲ୍ପୁରରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୨ରେ ମଧ୍ୟ ପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ରାଜସ୍ଥାନ, ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଥିଲେ।