ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାରେ ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲର ରେକଡ

ନିଜର ଦୃଢ ନିଷ୍ଠା, ଶୃଙ୍ଖଳା ତଥା ଉଚ୍ଚ ଗୁଣବତ୍ତା ସପର୍ଣ୍ଣ ଶିକ୍ଷା ଦାନ ମାଧ୍ୟମରେ ସବୁସଫଳ : ଡକ୍ଟର ଦେବ୍ ମହାନ୍ତି

ଭୁବନେଶ୍ୱର : ସହରାଞ୍ଚଳ ଛାତ୍ର ଛାତ୍ରୀଙ୍କ ଠାରୁ ଗ୍ରାମାଞ୍ଚଳର ଛାତ୍ରୀ କିଛି କମ ନୁହନ୍ତି । ସେମାନେ ବି ସହରର ଚାକଚକ୍ୟ ପରିବେଶରେ ପାଠ ପଢୁଥିବା ପିଲାଙ୍କୁ ପଛରେ ପକାଇ ଦେଇ ପାରିବେ । ଏଥିପାଇଁ ଦରକାର ଉତ୍ତମ ପରିବେଶ । ପାଠ ପଢା ଲାଗି ଉତ୍ତମ ପରିବେଶ ଆଉ ସଠିକ ଗାଇଡାନ୍ସ ମିଳିଲେ ଏମାନେ ନିଜକୁ ପ୍ରମାଣିତ କରିପାରିବେ । ଏମିତି କରି ଦେଖାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଖଣ୍ଡସାହିର ଡକ୍ଟର ଦେବ୍ ମହାନ୍ତି ପବ୍ଲିକ ସ୍କୁଲରଛାତ୍ର ଛାତ୍ରୀ ମାନେ । ଚଳିତ ବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସ୍କୁଲର ସଫଳତା ଏହା ହିଁ ପ୍ରମାଣିତ କରିଛି । ସ୍କୁଲରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ ପାସ କରିଛନ୍ତି । ଯାହା ଜିଲ୍ଲାର ଅନ୍ୟ ସିବିଏସ୍‌ଇ ସ୍କୁଲ ମାନଙ୍କ ତୁଳନାରେ ରେକଡ । ସେହିଭଳି ସ୍କୁଲର ୩୦ ପ୍ରତିଶତ ଛାତ୍ର ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାବେଳେ ପାଖା ପାଖି ୫୦ ପ୍ରତିଶତରୁ ଅଧିକ ଛାତ୍ର ଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ କରିଛନ୍ତି । ଗ୍ରାମାଞ୍ଚଳର ମଧ୍ୟ ବିତ୍ତ ପରିବାର ଏହି ଛାତ୍ର ଛାତ୍ରୀ ମାନେ ସିବିଏସଇ ପରୀକ୍ଷାରେ ଏଭଳି ରେଜଲ୍ଟ କରିବା ପଛରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଡକ୍ଟର ଦେବ ମହାନ୍ତିଙ୍କ ମାର୍ଗ ଦର୍ଶନ ଓ ଗାଁ ପରିବେଶରେ ଜାତୀୟ ସ୍ତରର ସ୍କୁଲର ଭିତ୍ତିଭୂମି ଓ ଗୁରୁକୂଳ ଭଳି ପରିବେଶ ଓ ପରିଶେଷରେ ସ୍ତୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ରହିଛି ବୋଲି ଅବିଭାବକ ମାନେ ପ୍ରକାଶ କରିଛନ୍ତି ।

ସପେଟେ ସ୍କୁଲର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ କହିଛନ୍ତି ନିଜର ଦୃଢ ନିଷ୍ଠା, ଶୃଙ୍ଖଳା ତଥା ଉଚ୍ଚ ଗୁଣବତ୍ତା ସପର୍ଣ୍ଣ ଶିକ୍ଷା ଦାନ ମାଧ୍ୟମରେ ସବୁସଫଳ  । ସେଥିପାଇଁ ଆମେ ସମସ୍ତ ଛାତ୍ର ଛାତ୍ରୀ, ଅଭିବାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା ପରିଷଦକୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ ଦ୍ୱାରା ହିଁ ଏହା ସମ୍ଭବ ହୋଇ ପାରିଛି ବୋଲି ସ୍କୁଲର ଚେୟାରମ୍ୟାନ ଡକ୍ଟର ଦେବ୍ ମହାନ୍ତି କହିଛନ୍ତି । ଏହା ସହ ସେ ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

କେବଳ ପାଠ ପଢା ନୁହେଁ ସ୍କୁଲର ଛାତ୍ର ଛାତ୍ରୀ ମାନେ ଜାତୀୟ ସ୍ତରରେ ବିଂଗ୍ୟାନ ପ୍ରଦର୍ଶନୀ ଓ ଖେଳ କୁଦରେ ମଧ୍ୟ ସଫଳତା ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ।