ତମାଖୁ ସେବନରେ ଆଗରେ ଓଡ଼ିଶା

କେବଳ ମଦ୍ୟପାନରେ ନୁହେଁ ବରଂ ତମାଖୁ ସେବନରେ ବି ଆଗରେ ରହିଛି ଓଡ଼ିଶା । ସଦ୍ୟ ପ୍ରକାଶିତ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣର ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ହାର ତୁଳନାରେ ପ୍ରାୟ ୧୪ ପ୍ରତିଶତ ଅଧିକ ପୁରୁଷ ଓଡିଶାରେ ତମାଖୁ ସେବନ କରୁଛନ୍ତି ।

ସେହିପରି ଯଦି ମହିଳାଙ୍କ କଥା କହିବା, ତାହାଲେ ଜାତୀୟ ହାର ତୁଳନାରେ ୧୭ ପ୍ରତିଶତ ଅଧିକ ମହିଳା ଓଡିଶାରେ ତମାଖୁ ସେବନ କରୁଛନ୍ତି ।

ତମାଖୁ ଦ୍ୱାରା ପ୍ରତିବର୍ଷ ହଜାର ହଜାର ଲୋକେ କ୍ୟାନସର ଭଳି ମାରାତ୍ମକ ରୋଗରେ ମୃତ୍ୟୁବରଣ କରୁଛନ୍ତି । ଅନ୍ୟ କେତେକ ରାଜ୍ୟ ଭଳି ଓଡ଼ିଶା ୨୦୧୩ରୁ ତମାଖୁ ନିଷେଧ କରିଥିଲେ ବି କୋର୍ଟ କଚେରୀରେ ମାମଲା ଗଡ଼ିବା ପରେ ରାଜ୍ୟରେ ତମାଖୁ ନିଷେଧ ସଂପୂର୍ଣ୍ଣ ବିଫଳ ହୋଇଛି । ଏବେ ଖୁଲମଖୁଲା ସବୁ ଜାଗାରେ ତମାଖୁଯୁକ୍ତ ଗୁଟଖା ମିଳୁଛି ।

ତମାଖୁ ସେବନରେ ଓଡିଶା ଆଗରେ
– ଭାରତରେ ୩୮% ପୁରୁଷ ତମାଖୁ ସେବନ କରୁଥିବାବେଳେ ଓଡ଼ିଶାରେ କରୁଛନ୍ତି ୫୧.୬%
– ଜାତୀୟ ହାର ତୁଳନାରେ ଓଡ଼ିଶାରେ ପ୍ର୍ରାୟ ୧୪% ଅଧିକ ପୁରୁଷ ତମାଖୁ ସେବନ କରୁଛନ୍ତି
– ଭାରତରେ ୮.୯% ମହିଳା ତମାଖୁ ସେବନ କରୁଥିବାବେଳେ ଓଡ଼ିଶାରେ କରୁଛନ୍ତି ୨୬% ମହିଳା
– ଜାତୀୟ ହାର ତୁଳନାରେ ୧୭% ଅଧିକ ମହିଳା ତମାଖୁ ସେବନ କରୁଛନ୍ତି
– ତମାଖୁ ସେବନ କାରଣରୁ ବର୍ଷକୁ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକ କ୍ୟାନସର ଭଳି ବିଭିନ୍ନ ରୋଗରେ ମୃତ୍ୟୁବରଣ କରୁଛନ୍ତି
– ଓଡ଼ିଶାରେ ବର୍ଷକୁ ପ୍ରାୟ ୩୦ ହଜାର ଲୋକଙ୍କ ତମାଖୁ ସେବନରେ ମୃତ୍ୟୁ ଘଟୁଛି
– ଓଡ଼ିଶାରେ ୪୩% ଲୋକ ବିଭିନ୍ନ ଆକାରରେ ତମାଖୁ ସେବନ କରୁଛନ୍ତି
– ପ୍ରତି ବର୍ଷ ଓଡ଼ିଶାରେ ପ୍ରାୟ ୧୦ ହଜାର ନୂଆ ମୁଖଗହ୍ୱର କର୍କଟ ରୋଗୀ ସୃଷ୍ଟି ହେଉଛନ୍ତି