ଟ୍ରାପଲାଇନ,୫ ଦିନ ଲାଗି ରହିବ ମେଘୁଆ ପାଗ

ଭୁବନେଶ୍ବର: ଉତ୍ତର ଓଡିଶା ଏବଂ ଝାଡଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳ ଉପରି ଭାଗର ୫.୮ କିମି ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସ୍ଥଳ ଭାଗରେ ଟ୍ରପ ଲାଇନ ସୃଷ୍ଟି ହୋଇଛି ଯାହାକି ପଶ୍ଚିମ ରାଜସ୍ଥାନରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ମଧ୍ୟପ୍ରଦେଶ, ଛତିଶଗଡ ଓ ଝାଡଖଣ୍ଡ ଦେଇ ଯାଇଛି । ଯାହା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିଭଳି ପାଗ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ । ଗତକାଲିଠାରୁ ଆଜି ମଧ୍ୟରେ ବୌଦ୍ଧ ହରଭଙ୍ଗାରେ ସର୍ବାଧିକ ୭୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ଏପର୍ଯ୍ୟନ୍ତ ୧୮୬ ମିଲିମିଟର ବର୍ଷା ହେବା କଥା ରାଜ୍ୟରେ ଏଯାଏଁ ୧୮୩ ମିଲିମିଟର ବର୍ଷା ହୋଇସାରିଛି ।