ଝାରସୁଗୁଡା ଗସ୍ତ କରି କୋଭିଡ୍ ସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର ଓ ୫ଟି ସଚିବ

ଝାରସୁଗୁଡା : ଶୁକ୍ରବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ ଝାରସୁଗୁଡା ଗ୍ରସ୍ତ କରିଛନ୍ତି ।ଉଭୟ ସଚିବ ଜିଲ୍ଲାରେ କୋଭିଡ଼-୧୯ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ।

ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ହେଲିକେପ୍ଟରରେ ଉନ୍ନୟନ କମିଶନର ଓ ୫ଟି ସଚିବ ଝାରସୁଗୁଡାରେ ପହଞ୍ଚି ଜିଲ୍ଲାପାଳଙ୍କ ଅଫିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କରୋନା ସ୍ଥିତି ବାବଦରେ ସମୀକ୍ଷା କରିଛନ୍ତି । ପରେ ସେମାନେ ସୁନ୍ଦରଗଡ ଗସ୍ତ କରିଛନ୍ତି।

୫ଟି ସଚିବ ଏବଂ ଉନ୍ନୟନ କମିଶନରଙ୍କ ସମୀକ୍ଷା ସମୟରେ ଉପସ୍ଥିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯେଭଳି ଲକଡାଉନ ପରେ ସାଧାରଣ ଲୋକେ ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ଧ୍ୟାନ ଦେବା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ବୈଠକରେ ଝାରସୁଗୁଡା ଜିଲ୍ଲାପାଳ, ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ, ଜିଲ୍ଲା ଏସପି,ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।