ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି | ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଛି ଏହି ନୋଟିସ | ଫଳରେ ତାଂକ ପାଇଁ ଅଡୁଆ ବଢ଼ିଯାଇଛି | ବହୁ ଚର୍ଚ୍ଚିତ ଅଫିସ ଅଫ୍‌ ପ୍ରଫିଟ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ । ମେ ୧୦ ତାରିଖ ମଧ୍ୟରେ ଉତ୍ତର ରଖିବା ପାଇଁ ନୋଟିସରେ ଉଲ୍ଲେଖ ରହିଛି ।

ମୁଖ୍ୟମନ୍ତ୍ରୀ ନିଜକୁ ପଥର ଖଣି ଖନନ ଲିଜ୍ ବଣ୍ଟନ ନେଇ ପ୍ରଶ୍ନ ଉଠାଇଛନ୍ତି ଭାରତର ନିର୍ବାଚନ ଆୟୋଗ । ଏହି ପ୍ରସଙ୍ଗରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ଜାରି ହୋଇଥିବା ନୋଟିସରେ କହିଛନ୍ତି । ଏହାର ଉତ୍ତର ରଖିବାକୁ ଆସନ୍ତା ୧୦ ମେ ଯାଏ ସମୟ ଦେଇଛନ୍ତି । ନୋଟିସରେ ଉଲ୍ଲେଖ ରହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟଟି ଆରପି ଆକ୍ଟ ଧାରା 9A ଉଲ୍ଲଂଘନ କରୁଥିବା ଦେଖାଯାଉଛି । ଏହା ଜନ ପ୍ରତିନିଧୀଙ୍କ ଅଯୋଗ୍ୟତା ସହ ସମାନ।ଗତ ମାସରେ ନିର୍ବାଚନ ଆୟୋଗ ଖଣି ଲିଜ୍ ଆବଣ୍ଟନ ମାମଲାରେ ଝାଡ଼ଖଣ୍ଡର ମୁଖ୍ୟ ସଚିବଙ୍କଠାରୁ ସାର୍ଟିଫିକେଟ୍ ଦଲିଲ ମାଗିଥିଲେ । ଯେଉଁଥିରେ ମୁଖ୍ୟ ଶାସନ ସଚିବ କମିଶନଙ୍କ ପକ୍ଷରୁ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ରିପୋର୍ଟ ପଠାଇଥିଲେ ।

ସୂଚନା ଥାଉକି, ଏହାପୂର୍ବରୁ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟପାଳ ରମେଶ ବାଇସଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଜେଏମଏମ କାର୍ଯ୍ୟରତ ଅଧ୍ୟକ୍ଷ ହେମନ୍ତ ସୋରେନ ଖଣି ଲିଜ ନେଇଛନ୍ତି । ଏହା ଉପରେ ରାଜ୍ୟପାଳ ଧାରା ୧୯୧ ଏବଂ ୧୯୨ ଆଧାରରେ ନିଜର ସାମ୍ବିଧାନିକ କ୍ଷମତାକୁ ବ୍ୟବହାର କରି ଅଭିଯୋଗ ପତ୍ରକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଥିଲେ । ଏହା ପରେ ନିର୍ବାଚନ ଆୟୋଗ ଝାଡ଼ଖଣ୍ଡ ମୁଖ୍ୟ ସଚିବଙ୍କଠାରୁ ଖଣି ଲିଜ୍ ଆବଣ୍ଟନ ରିପୋର୍ଟ ମାଗିଛନ୍ତି | ଆସନ୍ତା ୧୦ ତାରିଖରେ ଉତର ରଖିବା ପାଇଁ ନିର୍ଦେଶ ଦେଇଛନ୍ତି |