ଜାମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ; ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କଲେ ସୀମା ପୁନଃନିର୍ମାଣ କମିକଶନ

କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବାଜିବାକୁ ଯାଉଛି ନିର୍ବାଚନୀ ବିଗୁଲ । ଗୁରୁବାର ରାଜ୍ୟର ସୀମା ପୁନଃନିର୍ମାଣ କମିଶନ ଏହାର ଚୁଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ୬ ମେ ପର୍ଯ୍ୟନ୍ତ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ରାସ୍ତା ଖୋଲିଯାଇଛି । ରାଜ୍ୟରେ ନିର୍ବାଚନ ପାଇଁ ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।

ଜାମ୍ମୁକାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ୭ଟି ବିଧାନସଭା ଆସନ ବୃଦ୍ଧି ପାଇଛି । ଏକ ରିପୋର୍ଟ ମୁତାବକ ଜାମ୍ମୁରେ ୬ଟି ଏବଂ କାଶ୍ମୀରରେ ଗୋଟିଏ ଆସନ ବୃଦ୍ଧି ପାଇଛି । ଏହା ସହିତ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷିତ ରହିବ । ତେବେ ପୁର୍ବରୁ ୭ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଅଛି । ଏବେ ଏହି ସଂରକ୍ଷଣ ବଳରେ ପଣ୍ଡିତ ଏବଂ ପିଓଜେକେ ପ୍ରତିନୀଧିତ୍ୱ କରିପାରିବେ ।

ବର୍ତ୍ତମାନ ଜାମ୍ମୁକାଶ୍ମୀରରେ ୯୦ ସିଟ୍ ହେବ । ଯେଉଁଥିରେ ୪୭ ଆସନ କାଶ୍ମୀରରେ ଏବଂ ୪୩ ଜାମ୍ମୁରେ ହେବ । ଏହା ସହିତ ୯ ଆସନରେ ଅନୁସୂଚିତ ଜନଜାତି ଏବଂ ୭ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି । ଏହା ସହିତ ୫ ଲୋକସଭା ଆସନ ହେବ । ୧୯୯୫ରେ ଶେଷ ଥର ପାଇଁ ଜାମ୍ମୁ କାଶ୍ମୀରରେ ସୀମା ପୁନଃନିର୍ଦ୍ଧାରଣ ହୋଇଥିଲା । ତେବେ କୁହାଯାଉଛି ଯେ ଆସନ୍ତା ଅକ୍ଟୋବରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତ ଫେବୃଆରୀ ମାସରେ କହିଥିଲେ ଯେ ଆଗାମୀ ଆଠ ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।