ଜାମିନ ମିଳିବାର କିଛି ସମୟ ଭିତରେ ପୁଣିଥରେ ଗିରଫ ହେଲେ ଜିଗ୍ନେଶ ମେୱାନୀ

ଜାମିନ ମିଳିବାର କିଛି ସମୟ ଭିତରେ ଜିଗ୍ନେଶ ମେୱାନୀ ପୁଣି ଗିରଫ। ଆସମ ପୋଲିସ ପୁଣି ଥରେ ଗୁଜରାଟର ବିଧାୟକ ଜିଗ୍ନେସ ମେୱାନୀଙ୍କୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ନେଇ କରିଥିବା ଟ୍ୱିଟ ସହ ଜଡିତ ମାମଲାରେ ଜିଗ୍ନେଶ ମେୱାନୀଙ୍କୁ ଆସାମର କୋକରାଝାର କୋର୍ଟ ଜାମିନ ପ୍ରଧାନ କରିଥିଲେ ।

ଏବେ ବାରପେଟା ପୋଲିସ ଅନ୍ୟ ଏକ ମାମଲାରେ ପୁଣି ଥରେ ତାଙ୍କୁ ଗିରଫ କରିଥିବା ଜଣାପଡିଛି। ପୋଲିସ ସୂତ୍ର ଅନୁସାରେ, ଗୋଟିଏ ମାମଲାରେ ଜାମିନ ମିଳିବା ପରେ ଅଧିକାରୀଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗର ଆସାମରେ ପୁଣି ଥରେ ତାଙ୍କୁ ଗିରଫ କରିଛି । ଗିରଫ ପରେ ଜିଗ୍ନେଶଙ୍କୁ କୋକରାଝାରରୁ ବାରପେଟା ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ଜିଗ୍ନେଶ ମେୱାନୀଙ୍କୁ ଏପ୍ରିଲ ୧୯ରେ ଗୁଜରାଟର ପଲନପୁର ସହରରୁ ଗିରଫ କରାଯାଇଥିଲା। ତାଙ୍କର ଗୋଟିଏ ଟ୍ୱିଟକୁ ନେଇ କୋକରାଝାର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଟ୍ୱିଟରେ ଜିଗ୍ନେଶ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଡସେଙ୍କୁ ଭଗବାନ ମାନନ୍ତି। ଏହି ମାମଲାରେ ଆସାମ ପୋଲିସ ବିଧାୟକଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କୋକରାଝାର ଆଣିଥିଲେ ଏବଂ ଏପ୍ରିଲ ୨୧ରେ କୋର୍ଟ ତିନି ଦିନିଆ ପୋଲିସ ହେପାଜତକୁ ପଠାଇଥିଲେ।