ଜାମିନ ଆବେଦନ କଲେ ନବାବ ମଲିକ; ସେପଟେ ଯାଚିକାକୁ ବିରୋଧ କଲା ଇଡି

ନିଜର ସ୍ୱାସ୍ଥ୍ୟ ଅବସ୍ଥା ଭଲନଥିବା ଦର୍ଶାଇ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଜାମିନ ଯାଚିକା ଦାଖଲ କଲେ ମହାରାଷ୍ଟ୍ର ମନ୍ତ୍ରୀ ଓ ଏନସିପି ନେତା ନବାବ ମଲିକ। ହେଲେ ଇଡି ଏହି ଜାମିନ ଯାଚିକାକୁ ବିରୋଧ କରିଛି। ନବାବ ମଲିକଙ୍କୁ ମୁମ୍ୱାଇ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ରହିଛି।

ଏହା ପୂର୍ବରୁ ଶୁକ୍ରବାର ସୁପ୍ରିମ କୋର୍ଟ ତାଙ୍କର ଯାଚିକା ଉପରେ ବିଚାର କରିବାକୁ ମନା କରିଦେଇଥିଲେ। ଏହାପରେ ପିଏମଏଲଏ କୋର୍ଟ ନବାବଙ୍କ ବିଚାର ବିଭାଗିୟ ହେପାଜତ ସମୟ ସୀମା ଆଉ ୬ ମାସ ବଢ଼ାଇ ଦେଇଛନ୍ତି। ମଲିକ ବମ୍ୱେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ବିରୋଧରେ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରିଥିଲେ। ଯେଉଁଥିରେ ରହିଥିଲା ହାଇକୋର୍ଟ ତାଙ୍କର ମଧ୍ୟବର୍ତ୍ତିକାଳିନ ଜାମିନକୁ ଖାରଜ କରିଦେବା। ସୂଚନା ଥାଉକି, ମଲିକଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାର ତଦନ୍ତ ଚାଲିଛି।

ଜାମିନ ଯାଚିକାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ତଦନ୍ତର ଏହି ପର୍ଯ୍ୟାରେ ଦଖଲ ଦେବାକୁ ଚାହୁଁନାହୁଁ। ଏଭଳି ସ୍ଥିତରେ ଆପଣ ଉଚିତ୍‌ କୋର୍ଟରେ ଜାମିନ ଯାଚିକା ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ। ଅନ୍ୟପଟେ ମଲିକ ନିଜର ଜାମିନ ଆବେଦନ କରି କହିଥିଲେ ଯେ ପିଏମଏଲଏ ଆଇନ ୨୦୦୫ ରେ ହୋଇଛି। ହେଲେ ତାଙ୍କର ଗିରଫ ୧୯୯୯ ରେ ହୋଇଥିବା ଲେଣ-ଦେଣ ପାଇଁ କରାଯାଇଛି।