ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମସୁଦ୍ ଅଝାର ବିରୋଧରେ ପ୍ରମାଣ ଦେଲା ଭାରତ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍ – ଏ- ମହମ୍ମଦ ମୁଖ୍ୟ ମସୁଦ୍ ଅଜହରର ବଚିଂବା ଏବେ କାଠିକର ପାଠ ହୋଇଗଲାଣି । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମସୁଦ୍ ଅଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯିବାର ବହୁ ସମ୍ଭାବନା ରହିଛି । ଏହି ପ୍ରସ୍ତାବ ଉପରେ ସହମତି ଲାଗି ଭାରତ ଉଦ୍ୟମ ଜାରି ରଖିଛି । ସୂତ୍ର ଅନୁସାରେ ମସୁଦ୍ ଅଝାରକୁ ବିରୋଧରେ ଭାରତ ତରଫରୁ ଜାତିସଂଘ ସୁରକ୍ଷା ପରିଷଦରେ ଠୋସ୍ ପ୍ରମାଣ ପ୍ରଦାନ କରାଯିବ । ଏହା ପୂର୍ବରୁ ଏହି ପ୍ରସ୍ତାବ ଉପରେ ଚୀନ୍ ଭିଟୋ ପ୍ରୟୋଗ କରଥିଲା । ଏଥର ବି ଚୀନ୍ ମସୁଦ୍ ଅଝାର ବିପକ୍ଷରେ ପ୍ରମାଣ ମାଗୁଛି । ଚୀନର ପ୍ରଶ୍ନର ଜବାବରେ ଭାରତ ତରଫରୁ ୧୦ଟି ପ୍ରମାଣ ଦିଆଯାଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜୈସ୍ –ଏ- ମହମ୍ମଦ ମୁଖ୍ୟ ମୌଲାନା ମସୁଦ୍ ଅଜହରର ସେହି ଭାଷଣକୁ ପ୍ରଦାନ କରାଯିବ ଯେଉଁଥିରେ ସେ ପୁଲୱାମା ଆକ୍ରମଣକାରୀ ଆଦିଲ୍ ଅହମ୍ମଦ ଡାରର ପ୍ର୍ରଶଂସା କରୁଥିବାର ଦେଖାଯାଇଛି ।ଏହାଛଡା ଅଲ କଲାମରେ ଛପିଥିବା ଏହି ଲେଖକୁ ମଧ୍ୟ ପ୍ରଦର୍ଶନ କରାଯିବ ଯେଉଁଥିରେ ମସୁଦ୍ ଅଜହରର ଭାଇ ଅବଦୁଲ୍ ରଉଫ୍ ଏବଂ ସଳା ୟୁସୁଫ୍ ଅଜହରକୁ ବାଲାକୋଟ୍ କ୍ୟାମ୍ପ୍ ରେ ଥିବା କୁହାଯାଇଛି । ବାଲାକୋଟ୍ କ୍ୟାମ୍ପକୁ ହିଁ ଭାରତ ତରଫରୁ ଏୟାରଷ୍ଟ୍ରାଇକ୍ କରି ଉଡାଇ ଦିଆଯାଇଥିଲା ।ମସୁଦ୍ ଅଜହର ଭାଷଣର ଅଡିଓ , ଭିଡିଓ କ୍ଲିପ୍ କୁ ମଧ୍ୟ ପ୍ରମାଣ ସ୍ୱରୁପ ଦିଆଯିବ । ଏହି ଭିଡିଓରେ ମସୁଦ୍ ବାଲାକୋଟ୍ ରେ ଆସିଥିବା ନୂଆ ଆତଙ୍କବାଦୀଙ୍କୁ ଭଡକାଇଲା ଭଳି ଭାଷଣ ଦେଉଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଡୋଜିୟର୍ ମଧ୍ୟ ପ୍ରଦାନ କରାଯିବ । ଯେଉଁଥିରେ ପ୍ରମାଣ ରହିଛି ଯେ ଜୈସ୍ –ଏ- ମହମ୍ମଦ ଆକ୍ରମଣ ପାଇଁ ପାକିସ୍ତାନରେ ହିଁ ପ୍ଲାନ୍ କରୁଥିଲା । ଏହା ପୂର୍ବରୁ ମଧ୍ୟ ଗୋଟିଏ ଡୋଜିୟର୍ ସଂଯୁକ୍ତ ରାଷ୍ଟ୍ର ଏବଂ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି । ଏଥିରୁ ଜଣାପଡୁଛି କି ଏହାପୂର୍ବରୁ ମଧ୍ୟ ଭାରତ ଏ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଅପିଲ୍ କରିଥିଲା ।ଗୋଟିଏ ଭିଡିଓ ଜାରୀ କରାଯାଇଛି ଯେଉଁଥିରେ ଆଦିଲ୍ ପୁଲୱାମା ଆକ୍ରମଣ ଉପରେ କହୁଥିବା ଏବଂ ଏଥିରେ ଜୈସ୍ –ଏ- ମହମ୍ମଦର ହାତ ଥିବା କଥା କହୁଛି ।.ଜୈସ୍ –ଏ- ମହମ୍ମଦ କମାଣ୍ଡର କାମରାନ୍ ର ଫୋନ୍ ଇଣ୍ଟରସ୍ପେଶ୍ ପ୍ରମାଣ ଦିଆଯିବ । ପୁଲୱାମା ଆକ୍ରମଣରେ ସଜ୍ଜାଦ୍ ଭଟ୍ଟ ନାମକ ବ୍ୟକ୍ତିର ଗାଡି ବ୍ୟବହାର ହୋଇଥିଲା ତାହାର ବିବରଣୀ ମଧ୍ୟ ଦିଆଯାଇଛି । ସେ ମଧ୍ୟ ଜୈସ୍ ଆତଙ୍କବାଦୀ ମଧ୍ୟରୁ ଗୋଟିଏ । ସଜ୍ଜାଦ୍ ଭଟ୍ଟର ଏକ ପୋଷ୍ଟର ମଧ୍ୟ ଦିଆଯାଇଛି ଯେଉଁଥିରେ ସେ ଯୁବକମାନଙ୍କୁ ଜୈସ୍ ସହ ଜଡିତ ହେବା ପାଇଁ ଅପିଲ୍ କରୁଛନ୍ତି । ଜୈସ୍ –ଏ- ମହମ୍ମଦ କିଭଳି ପୁଲୱାମା ଆକ୍ରମଣର ଯୋଜନା ପ୍ରସ୍ତୁତ କଲା ଏବଂ ଏହାର କେଉଁଠାରେ ଆତଙ୍କୀ ଅଡଡା ରହିଛି ଏହି ସବୁ କଥା UNSC ର ଡୋଜିୟର୍ ରେ ଦିଆଯିବ ।