ଜମ୍ମୁ- କାଶ୍ମୀର ପାକ୍ ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ୍ , ଦୁଇ ଯବାନ ଗୁରୁତର

ସୋପୋର: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗି ଆକ୍ରମଣ କରିଛନ୍ତି । ଏହା ପରେ ପରେ ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇ ଯାଇଥିଲା । ଆକ୍ରମଣସ୍ଥଳ ସୋପୋରର ମୁଖ୍ୟ ଛକ ଏବଂ ସେ ଅଞ୍ଚଳକୁ କର୍ଡନ କରାଯାଇଛି । ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ପୁଲିସ ଆହତ ହୋଇଛନ୍ତି । ତଲାସ ଓ ନିଷ୍କ୍ରିୟ ଅଭିଯାନ ଆରମ୍ଭ ହୋଇଛି । ସାବଧାନତାର ପଦକ୍ଷେପ ସ୍ୱରୂପ ସାପୋରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଗ୍ରେନେଡ୍ ଆକ୍ରମଣ ସମୟରେ ପାକିସ୍ତାନ ନୌଶେରା ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଖବର ମିଳିଛି । ଏହି ଆକ୍ରମଣରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ଦୁଇ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।