ଜନ କୀ ବାତ୍ ସର୍ଭେ : ଲକଡାନ ପଦକ୍ଷେପରେ ଓଡିଶା ସରକାର ଆଗୁଆ, ୮୫ % ରାଜ୍ୟବାସୀଙ୍କ ସମର୍ଥନ

ଲକଡାଉନକୁ କଡା କଡି ପାଳନ କରିବାରେ ଓଡିଶା ସାରା ଦେଶରେ ନମ୍ବର-୧

ଭୁବନେଶ୍ୱର : ଲକଡାଉନ ପାଳନରେ ଓଡିଶା ଲୋକେ ସାରାଦେଶରେ ଆଗୁଆ । ସରକାରଙ୍କ ଲକଡାଉନକୁ ନେଇ ରାଜ୍ୟର ୮୫ ପ୍ରତିଶତ ଲୋକ ସରକାରଙ୍କ ଉପରେ ସନ୍ତୁଷ୍ଟ । ସରକାରଙ୍କ ପଦକ୍ଷପେକୁ ରାଜ୍ୟର ୮୫ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି । ଲକଡାଉନକୁ କଡା କଡି ପାଳନ କରିବାରେ ଓଡିଶା ସରକାର ବି ସାରା ଦେଶରେ ସବୁଠୁ ଭଲ କାମ କରିଛନ୍ତି । ରାଜ୍ୟରେ କଡା କଡି ଭାବେ ଲକଡାଉନ ପାଳନ ହୋଇଛି । ଏହାସହ ରାଜ୍ୟର ୯୦ ପ୍ରତିଶତ ଲୋକ ରାଜ୍ୟସରକାରଙ୍କ ଲକଡାଉନ ଅବଧି ବୃଦ୍ଦି ସପକ୍ଷରେ ମତ ରଖିଥିବାବେଳେ ଦେଶରେ ଲକଡାଉନ ଅବଧି ବଢିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ଜାତୀୟ ସ୍ତରରେ ହୋିଥିବା ଜନ କୀ ବାତ୍ ସର୍ଭେରେ ଏମିତି ତଥ୍ୟ ଜଣାପଡିଛି । ଏହି ସର୍ଭେ ରିପୋଟରେ ସାରା ଦେଶରେ କୋରନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନନବୀନ ପଟ୍ଟନାୟକଙ୍କ ପଦକ୍ଷପେ ଓ ଓଡିଶା ବାସୀଙ୍କ ସମର୍ଥନକୁ ସାବାସି ଦେଇଛି ।

ଲକଡାଉନକୁ କଡା କଡି ପାଳନ କରିବାରେ ଓଡିଶା ସାରା ଦେଶରେ ନମ୍ବର-୧

ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଲକଡାଉନକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୯ ତାରିଖରେ ଘୋଷଣା କରିଥିଲେ । ତେବେ ନବୀନଙ୍କ ଏହି ଘୋଷଣାକୁ ଅଧିକାଂଶ ଓଡିଶାବାସୀ ସମର୍ଥନ କରିଛନ୍ତି ।
ମୋଟ୍ ୮୫ ପ୍ରତିଶତ ରାଜ୍ୟବାସୀ ଲକଡାଉନକୁ ସ୍ୱାଗତ କରିଛନ୍ତି । ତେବେ ଲକଡାଉନକୁ ମାତ୍ର ୩୮ ପ୍ରତିଶତ ପଶ୍ଚିମବଙ୍ଗବାସୀ ସମର୍ଥନ କରିଛନ୍ତି । ଓଡିଶାରେ ଲକଡାଉନକୁ କଡାକଡି ଭାବେ ପାଳନ କରାଯାଇଥିବା ବେଳେ ପଶ୍ଚିମବଙ୍ଗରେ ଏଥିରେ କୋହଳ ଦେଖିବାକୁ ମିଳିଥିଲା । ଜନ୍ କୀ ବାତ୍ ସର୍ଭେରେ ଏହି ରିପୋର୍ଟ ପ୍ରକାଶ ପାଇଛି ।


ସେହିପରି ଗୁଜୁରାଟରେ ୫୧ ପ୍ରତିଶତ, ବିହାରରେ ୫୦ ପ୍ରତିଶତ, ଗୋଆରେ ୫୨ ପ୍ରତିଶତ, କର୍ଣ୍ଣାଟକରେ ୫୬ ପ୍ରତିଶତ, ମଧ୍ୟ ପ୍ରଦେଶରେ ୬୪ ପ୍ରତିଶତ, ମହାରାଷ୍ଟ୍ରରେ ୬୨ ପ୍ରତିଶତ ଓ ହରିୟାଣାରେ ୬୪ ପ୍ରତିଶତ ଜନତା ସେମାନଙ୍କ ରାଜ୍ୟ ସରକାରଙ୍କୁ ଲକଡାଉନକୁ ସମର୍ଥନ କରିଛନ୍ତି
ଏତତ୍ ବ୍ୟତୀତ ୯୦ ପ୍ରତିଶତ ଓଡିଶାବାସୀ ସାରା ଦେଶରେ ଲକଡାଉନ ବୃଦ୍ଧି ସପକ୍ଷରେ ମତ ରଖିଛନ୍ତି । ସେହିପରି ମୋଟ୍ ୭୮ ପ୍ରତିଶତ ଜନତା କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ୍ ବୃଦ୍ଧି ହେବା ଉଚିତ ବୋଲି କହିଛନ୍ତି ।