ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣା; ୯ଜଣଙ୍କୁ ଗିରଫ କଲା ପୋଲିସ

ଚିଲିକା ବିଧାୟକଙ୍କୁ ମାଡ଼ ମାରିବା ଘଟଣାରେ ଏବେ ଗିରଫ ହୋଇଛନ୍ତି ସ୍ଥାନୀୟ ଲୋକମାନେ, ଯେଉଁମାନେ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ମାଡ଼ ମାରିଥିଲେ ।

ଭେଟେଶ୍ୱର ଓ ବାଆଁଳୋଇ ଗାଁର ୯ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗତ ୧୨ ତାରିଖରେ ବିଧାୟକ ବାଣପୁର ବ୍ଲକ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ।

ଏହା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ବିଧାୟକଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଲହୁଲୁହାଣ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ।

ପରେ ମେଡ଼ିକାଲରୁ ଡ଼ିସଚାର୍ଜ ହେବା ପରେ ଗିରଫ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତେବେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ମଡେଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ ।

ଖୋର୍ଦ୍ଧା ବାଣପୁର ବ୍ଲକ କାର‌୍ୟ୍ୟାଳୟ ନିକଟରେ ଘଟିଥିଲା ଏହି ଘଟଣା । ବିଧାୟକଙ୍କ ଗାଡି ଧକ୍କାରେ ଆହତ ହୋଇଥିଲେ ୨୫ ଜଣ ।