ଚାନ୍ଦିପୁର କ୍ଷେପଣାସ୍ତ୍ରରୁ SRSAM ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତକ୍ଷେପଣ ହେଲା ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ SRSAM । ଆଜି ସକାଳ ୧୦ଟା ୩୪ ମିନିଟରେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ SRSAM ମିସାଇଲ ପରୀକ୍ଷଣ ହୋଇଛି । ଏହି ମିସାଇଲ ସଫଳ ଉତକ୍ଷେପଣ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଆଜି ଓ ଆସନ୍ତା ୩୦ ତାରିଖ ମଧ୍ୟରେ ଚାନ୍ଦିପୁର ଆଇଟିଆରରୁ ସିରିଜ୍ ପରୀକ୍ଷାମୂଳକ ଉଡାଣ (ଏକ୍ସପେରିମେଟାଲ ଫ୍ଲାଇଟ୍ ଟ୍ରାଏଲ) କରାଯିବ। ଏହାକୁ ନଜରରେ ରଖି ପରୀକ୍ଷଣ କେନ୍ଦ୍ର(ଏଲସି-୩)ର ଅଢେଇ କିଲୋମିଟର ପରିଧିରେ ବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି।ପରୀକ୍ଷାମୂଳକ ଉଡାଣ ପାଇଁ ସ୍ଥାନୀୟ ଖଡୁପାହି, କୁସୁମୁଳି ପାହି, ଭୀମପୁର ପାହି, ତୁଣ୍ଡରା ପାହି, ଜୟଦେବକସବା ପାହି ଓ ସାହାଜାନଗର ପାହି ଗାଁର ପ୍ରାୟ ୭ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଖଡୁପାହି ୟୁପି ସ୍କୁଲ, ତୁଣ୍ଡରା ବାତ୍ୟା ଆଶ୍ରୟସ୍ଥଳୀ ଓ ଜୟଦେବ କସବାପାହି ବାତ୍ୟା ଆଶ୍ରୟସ୍ଥଳୀଠାରେ ଅସ୍ଥାୟୀ ଶିବିର କରାଯାଇଛି।