ଚଳିତ ବର୍ଷ ସରିବ ବରମୁଣ୍ଡା ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ

ବରମୁଣ୍ଡା ବସଷ୍ଟାଣ୍ଡର ନୂଆ ରୂପରେଖ ଏଇବର୍ଷ ଦେଖିବେ ରାଜ୍ୟବାସୀ । ଚଳିତବର୍ଷ ଶେଷ ହେବ ବରମୁଣ୍ଡା ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ । ପୂର୍ବ ଭାରତର ପ୍ରମୁଖ ବସଷ୍ଟାଣ୍ଡ ହେବାକୁ ଯାଉଛି ବରମୁଣ୍ଡା । ସୂଚନା ମୁତାବକ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରାୟ ୧୮୦ କୋଟି ଟଙ୍କାରେ ନିର୍ମାଣ ହେଉଛି ବସ୍‌ ଟର୍ମିନାଲ ।

ବହୁ ପ୍ରତିକ୍ଷୀତ ଟର୍ମିନାଲ କାର୍ଯ୍ୟ ଚଳିତବର୍ଷ ଶେଷ ହେବ । ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ନୂଆ ରୂପରେଖ ଦେବାକୁ ଆରମ୍ଭ କରିଛନ୍ତି କାର୍ଯ୍ୟ ।

ସେପଟେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛି ଘରୋଇ ବସ ମାଲିକ ସଂଘ । ଦୈନଦିନ ୧୫ ଶହ ବସ ଏହା ମଧ୍ୟରେ ଚଳପ୍ରଚଳ କରୁଛି । ଏଣୁ କାମ ଶେଷ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ସୁବିଧା ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ସଂଘ । ଟର୍ମିନାଲ ନିର୍ମାଣ ପୂର୍ବରୁ ଶୌଚାଳୟ, ପିଇବା ପାଣି ଆଦିର ବ୍ୟବହାର ଦିଗରେ ସରକାର ଧ୍ୟାନ ଦେବାକୁ ଦାବି କରିଛି ସଂଘ ।

ତେବେ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଏକ ନୂତନ ରୂପ ଦେବାକୁ ରାଜ୍ୟ ସରକାର ଏହାର ପ୍ରଜୋକ୍ଟ କାର୍ଯ୍ୟ ଆରମ୍ଭ କରିଥିଲେ । ବିଶ୍ୱସ୍ତରୀୟ ବସଷ୍ଟାଣ୍ଡ ନେଇ ଏକ ପ୍ରତିକାତ୍ମକ ଚିତ୍ର ପ୍ରକାଶ କରିଥିଲେ । ନୂତନ ବସଷ୍ଟାଣ୍ଡରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ବୋଲି ଆଗରୁ ଏନେଇ ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି ।