ଚଳନ୍ତା କାର୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ଚଳନ୍ତା କାର୍‌ରେ ନିଆଁ ଲାଗିଛି । କାର୍‌ରେ ଥିବା ୨ ମହିଳା ସମେତ ୪ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି । ସର୍ଟ ସର୍କିଟରୁ ହଠାତ୍ କାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ,ମୟୁରଭଞ୍ଜ ଜିଲ୍ଲା ୧୮ ନଂ ଜାତୀୟ ରାଜପଥର ବେତନଟୀ ଛକ ଠାରେ ଥିବା ଫ୍ଲାଏ ଓଭର ଉପରେ ଏକ କାରରେ ଯଆଉଥିବା ସମୟରେ ହଠାତ୍ ରୁ ଧୁଆଁ ବାହାରି ଥିଲା ।

ଯାହା ପରେ ଗାଡ଼ିରେ ଥିବା ପରିବାର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । କିଛି କ୍ଷଣ ମଧ୍ୟରେ ହିଁ ଆଖି ପିଛୁଳାକେ ଗାଡ଼ିଟିରେ ନିଆଁ ଲାଗିବା ଦ୍ୱାରା ହୁ ହୁ ହୋଇ ଜଳି ଯାଇଥିଲା ।

ଖବର ପାଇ ବେତନଟୀ ଦମକଳ ବାହୀନି ଘଟଣାସ୍ଥଳରେ ପହିଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ଗାଡ଼ି ଟି ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିବାର ଜଣାପଡିଛି । ତେବେ ସଟ ସର୍କିଟ ଯୋଗୁଁ କାର୍‌ରେ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି ।