ଚର୍ଚ୍ଚାରେ ଏଲନ୍‌ ମସ୍କଙ୍କ ଟ୍ୱିଟ

ସବୁବେଳେ ଭିନ୍ନ ଭିନ୍ନ ଟ୍ୱିଟ କରି ଚର୍ଚ୍ଚାରେ ରହୁଥିବା ବିଶ୍ୱର ବଡ଼‌ଧନୀ ତଥା ସ୍ପେସ୍‌ ଏକ୍ସ ଓ ଟେସଲାର ସିଇଓ ଏଲନ୍‌ ମସ୍କ ଏବେ ପୁଣିଏକ ଟ୍ୱିଟ କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଏଲନ୍‌ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ,’ ଯଦି ମୁଁ ଏକ ସନ୍ଦେହଜନକ ପରିସ୍ଥିତିରେ ମରିଯାଏ..’। ବାସ୍‌ ଏଇ ଗୋଟିଏ ଧାଡ଼ିର ଲେଖାକୁ ଟ୍ୱିଟ କରିବା ପରେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା।

କାହିଁକି ଏମିତି ଲେଖିଲେ ଏଲନ୍‌ ମସ୍କ, କ’ଣ ରହିଛି ତାଙ୍କ ଲେଖିବା ପଛର ଉଦ୍ଦେଶ୍ୟ। ସ୍ପଷ୍ଟ ଭାବରେ ନଲେଖିଥିଲେ ମଧ୍ୟ, ଏଇ ଗୋଟିଏ ଧାଡ଼ି ଲେଖାକୁ ନେଇ ପାଇଁ ସବୁଆଡ଼େ ଚାଞ୍ଚଲ୍ୟ।

ଏହି ଟୁଇଟ୍ ପରେ ଏଲୋନ୍ ମସ୍କର ପ୍ରଶଂସକମାନେ ମଧ୍ୟ ଅନେକ ପ୍ରକାରର ଟ୍ୱିଟ୍ କରୁଛନ୍ତି। ଅନେକ ଲୋକ ମସ୍କକୁ ଏହିପରି ଚିନ୍ତା ନକରିବାକୁ ପରାମର୍ଶ ଦେଉଥିବାବେଳେ କେତେକ ତାଙ୍କୁ ଟ୍ରୋଲ ମଧ୍ୟ କରିଥିବା ଦେଖିବାକୁ ମିଳିଛି। ତଥାପି, ତାଙ୍କର ଏହି ଟୁଇଟ୍ ବହୁତ କିଛି ସୂଚାଉଛି ବୋଲି ଅନୁମାନ କରାଯାଉଛି। ବାସ୍ତବରେ, ମସ୍କ ଏହି ଟୁଇଟ୍ ପୂର୍ବରୁ ଋଷର ସ୍ପେସ୍ ଏଜେନ୍ସି ରସକୋମୋସର ମୁଖ୍ୟ ଡିମିଟ୍ରି ଓଲେଗୋଭିଚ୍ ରୋଗୋଜିନଙ୍କ ବିଷୟରେ ମଧ୍ୟ ଟ୍ୱିଟ୍ କରିଥିଲେ।

ଏଲନ୍ ମସ୍କ ସିଧାସଳଖ କିଛି ଲେଖି ନାହାଁନ୍ତି, କିନ୍ତୁ ଯଦି ଆମେ ତାଙ୍କ ଟ୍ୱିଟକୁ ଅନୁଧ୍ୟାନ କରିବା ତେବେ ଅନେକ ଲିଙ୍କ୍‌ ଏହି ଟ୍ୱିଟରେ ଯୋଡାଯାଇଥିବା ଦେଖିବାକୁ ମିଳେ। ବାସ୍ତବରେ, ଏହି ଟ୍ୱିଟ୍ ପୂର୍ବରୁ ମସ୍କ ଆଉ ଏକ ଟ୍ୱିଟ୍ ସେୟାର କରିଥିଲେ। ଯେଉଁଥିରେ କୁହାଯାଇଛି ଯେ, ଋଷ ସ୍ବେସ୍‌ ଏଜେନ୍ସି ରସକୋମୋସର ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ୩୬ତମ ୟୁକ୍ରେନୀ ମାରାଇନ୍‌ ବ୍ରିଗେଡରୁ ଧରାଯାଇଥିବା କର୍ନଲ ଦିମିତ୍ରୀ କୋମ୍ୟାନକୋଭଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି ଯେ, ଏଲନ୍‌ ମସ୍କଙ୍କର ସାଟେଲାଇଟ ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ଇଣ୍ଟରନେଟ ସୁବଧା ପ୍ରଦାନ କରୁଥିଲା। ଏହି କଥାକୁ ନେଇ ୟୁକ୍ରେନ ସୈନିକଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇଦେବାକୁ ଯାଇ ଏଲନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ତେବେ ଏହି ଟ୍ୱିଟକୁ ଭିତ୍ତି କରି ଏଲନ୍‌ ଏମିତି କହିଥିବା ଅନେକଙ୍କ ମତ।