ଘରୋଇ ସ୍କୁଲରେ ଏନ୍‌ସିଇଆର୍‌ଟି ବହି ବ୍ୟବହାର ବାଧ୍ୟତାମୂଳକ

ଘରୋଇ ସ୍କୁଲ୍‌ଗୁଡ଼ିକୁ ଏନ୍‌ସିଇଆର୍‌ଟି ବହି ବ୍ୟବହାର ପାଇଁ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାର ସଠିକ ଯାଞ୍ଚ ଲାଗି ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଘରୋଇ ସ୍କୁଲ୍ ଗୁଡ଼ିକ ବେଆଇନ ଭାବେ ଭୁଲ୍ ବହି ପ୍ରକାଶନ କରିବା ସହ ଏହାକୁ ଚଢ଼ାଦରରେ ବିକ୍ରି କରୁଛନ୍ତି ।

ଏହାକୁ ନେଇ ରାଜଧାନୀରେ ଅଭିଭାବକ ମହାସଂଘ ପକ୍ଷରୁ ଆମରଣ ଅନଶନ କରାଯାଇଥିଲା । ଅଭିଭାବକ ସଂଘ ବେଆଇନ ଭାବେ ଭୁଲ୍ ବହି ପ୍ରକାଶନ କରୁଥିବା ସ୍କୁଲ ଗୁଡିକର ସ୍ୱୀକୃତି ପ୍ରତ୍ୟାହାର କରିବାକୁ ଦାବି କରିଛି । ତା ସହିତ ପିଲାମାନଙ୍କୁ ଅଯଥା ବସ୍ତାନି ବୋଝରୁ ମୁକ୍ତି କରିବାକୁ ମଧ୍ୟ ଦାବି କରିଛି । ଦେଶର ସମସ୍ତ ସ୍କୁଲରେ ଜାତୀୟ ସ୍ତରରେ ଘଉଋଜଞ ଓ ରାଜ୍ୟରେ ବିଭିନ୍ନ ଭାଷାରେ ରାଜ୍ୟ ସ୍ତରରେ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ ଅନୁମୋଦିତ ପାଠ୍ୟପୁସ୍ତକ ବ୍ୟବହାର କରି ପାଠ ପଢ଼ାଇବା ପାଇଁ ସ୍ପଷ୍ଟ ନିୟମ ରହିଛି । ହେଲେ ଘରୋଇ ସ୍କୁଲ୍ ଗୁଡ଼ିକ ଏହାର ଖୋଲାଖୋଲି ଭାବରେ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି । ବିଶେଷ କରି ରାଜଧାନୀର ଏକ ନିର୍ଦ୍ଦେିଷ୍ଟ ଘରୋଇ ସ୍କୁଲ୍ ଏଭଳି କାରନାମା କରୁଥିବା ଅଭିଯୋଗ ହୋଇଛି । ଘରୋଇ ସ୍କୁଲ୍ ଗୁଡ଼ିକ ବେଆଇନ ଭାବେ ବହୁ ଅର୍ଥ ଲାଭ କରୁଥିବା ବେଳେ ଅଭିଭାବକମାନେ ଅଯଥାରେ ଆର୍ôଥକ ବୋଝ ସହୁଛନ୍ତି । ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀ ମଧ୍ୟ ଅଯଥାରେ ଅନାବଶ୍ୟକ ବସ୍ତାନି ବୋଝ ବୋହି ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି ବୋଲି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଅଭିଯୋଗ କରିଛନ୍ତି । ତେବେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏଭଳି ଘରୋଇ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତା ସହିତ ଭୁଲ ଭାବେ ବହି ପ୍ରକାଶନ କରୁଥିବା ସ୍କୁଲ୍‌ଗୁଡ଼ିକ ତଦାରଖ କରିବାକୁ ଚିଠି କରାଯାଇଛି । ବେଆଇନ ବହି ବିକ୍ରି ଓ ଫିସ୍ ଆଦାୟ ପାଇଁ ସ୍କୁଲ୍‌ର ସ୍ୱୀକୃତି ପ୍ରତ୍ୟାହାର କାହିଁକି କରା ନ ଯିବ ସମ୍ପର୍କିତ ନୋଟିସ ଜାରି କରାଯାଇଛି । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନ୍‌ସିଇଆର୍‌ଟି ନିୟମାନୁଯାୟୀ ପାଠପଢ଼ାକୁ ସଠିକ ଦିଗରେ କାର୍ଯ୍ୟକାରୀ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦାବି ପୂରଣ କରିବା ନେଇ ପୂର୍ବରୁ ଅଭିଭାବକ ମହାସଂଘ ଶିକ୍ଷା ବିଭାଗ ସମ୍ମୁଖରେ ଆମରଣ ଅନଶନରେ ବସିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଆମରଣ ଅନଶନ ସ୍ଥଗିତ ରଖାଯାଇଛି ବୋଲି ଶ୍ରୀ ଭଟ୍ଟ କହିଛନ୍ତି ।