ଗୋଷ୍ଠି ସଂକ୍ରମଣ ଆଶଙ୍କା କମ୍ : ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ମିଳିଲା ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ମିଳିଲା ଟ୍ରାଭେଲ ହିଷ୍ଟ୍ରି । ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ଉଭୟ ମାମଲାରେ ବାହାରିଛି ରାଜ୍ଯ ବାହାର ଲିଙ୍କ ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ଯ କରୋନା ପୋଜିଟିଭ ବୋଲି ଜଣାପଡିଛି ପୁରି ଜିଲ୍ଲାର ବ୍ଯକ୍ତି ଜଣକ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସରେ କାମ କରୁନ୍ତି । ପୁରୀ କୋରୋନା ପଜିଟିଭ୍ ଜଣେ ପୋଷ୍ଟମ୍ୟାନ୍ । ସେ ବିଜେବି ନଗର ସବ୍ ଫୋଷ୍ଟ ଅଫିସରେ କାମ କରନ୍ତି ।

ଦୀଲ୍ଲିରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ ସୂଚନା ଦେଲେ ବିଏମସି କମିଶନର । ବିଜେବି ନଗର ସମେତ ଏହା ସଂପର୍କୀତ ନଗରବାସୀଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ।  ଏହା ସହ ଯଦି କିଛି ଲକ୍ଷଣ ଦେଖାଯାଉଛି ତାହେଲେ, ୧୦୪କୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ ବିଏମସି କମିସନର