ଗୋଟିଏ ସିଜିନରେ ୩ ଥର ‘ଶୂନ୍’ରେ ଆଉଟ୍ ହେଲେ କୋହଲି

ଆଇପିଏଲ ୨୦୨୨ର ୫୪ତମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଚଳିତ ସିଜିନରେ ଖରାପ ଫର୍ମ ସହ ଲଢୁଥିବା ବିରାଟ କୋହଲି ଏହି ମ୍ୟାଚ୍‌ରେ ଇନିଂସର ପ୍ରଥମ ବଲରେ ଆଉଟ ହୋଇଥିଲେ।

ଏହି ମ୍ୟାଚ୍‌ରେ କୋହଲି କ୍ରମାଗତ ତୃତୀୟ ଗୋଲଡେନ୍‌ ଡକ୍‌(ପ୍ରଥମ ବଲ୍‌ରେ ‘ଶୂନ’ରେ ଆଉଟ୍‌)ରେ ଆଉଟ୍‌ ହୋଇଛନ୍ତି। ଚଳିତ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏହା ଦ୍ୱିତୀୟ ବୋଲି ଜଣାପଡିଛି। ଏହା ସହ ବିରାଟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ସିଜିନରେ ଗୋଲଡେନ୍‌ ଡକ୍‌ରେ ତିନିଥର ଆଉଟ୍‌ ହୋଇଛନ୍ତି। ଏହାପୂର୍ବରୁ, କୌଣସି ଆରସିବି ଖେଳାଳି ଗୋଟିଏ ସିଜିନ୍‌ରେ ପ୍ରଥମ ବଲରେ ତିନିଥର ଶୂନରେ ଆଉଟ୍‌ ହୋଇ ନ ଥିଲେ। ସମଗ୍ର ଆଇପିଏଲ୍‌ରେ କ୍ୟାରିୟର୍‌ରେ କୋହଲି ୬ଥର ଗୋଲଡେନ୍‌ ଡକ୍‌ରେ ଆଉଟ୍‌ ହୋଇଛନ୍ତି।