ସାଉଥ୍ ସୁପରଷ୍ଟାର ପ୍ରଭାସ ଏବଂ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ସାହୋ’ ଗତକାଲି ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ରିଲିଜ୍ ପୂର୍ବରୁ ସେତେଟା ଭଲ ରିଭ୍ୟୁ ମିଳି ନଥିଲା । ହେଲେ ବି ପ୍ରଥମ ଦିନରେ ଭଲ ରୋଜଗାର କରିଥିବା ଜଣାପଡିଛି । ଫିଲ୍ମଟି ପ୍ରଥମ ଦିନରେ ୨୪ କୋଟି ଟଙ୍କା ରୋଜଗାର କରିଥିବା ଖବର ମିଳିଛି । କିନ୍ତୁ ଫିଲ୍ମ ମେକର୍ସଙ୍କ ଆଶା ଅନୁସାରେ ଭଲ ରୋଜଗାର ହୋଇ ନ ଥିବା ଜଣାପଡିଛି । ବହୁସ୍ଥାନରେ ଫିଲ୍ମ ସ୍କ୍ରିନିଂ ହୋଇ ନ ଥିବାରୁ ଫିଲ୍ମ ମେକର୍ସଙ୍କୁ ବହୁ କ୍ଷତି ସହିବାକୁ ପଡିଛି । ମୋଟାମୋଟି ଭାବେ କହିବାକୁ ଗଲେ ସାଉଥ୍ ରୋଜଗାର ମିଶାଇ ୩୦ କୋଟି ଟଙ୍କା ଆୟ କରିଛି ।