ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ: ରାତି ୨ ଟାରେ ହେଲା ଶପଥ ଗ୍ରହଣ

ଗୋଆ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ ବିଜେପି ପ୍ରମୋଦ ସାବତଙ୍କୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ରୁପେ ଚୟନ କରିଛନ୍ତି । ରାତି ୨ ଟା ସମୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତ ଶପଥ ନେଇଛନ୍ତି । ପ୍ରମୋଦ ସାୱନ୍ତ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଖୁବ୍ ବିଶ୍ୱସନୀୟ ବ୍ୟକ୍ତି ଥିବା ସହ ଆରଏସଏସ ନିକଟତର ମଧ୍ୟ ଥିଲେ । ଏହା ପୂର୍ବରୁ ସେ ଗୋଆ ବିଧାନସଭାର ଅଧ୍ୟକ୍ଷ ଥିଲେ । ତେବେ ପ୍ରମୋଦ ସାୱନ୍ତଙ୍କ ସହ ସହଯୋଗୀ ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟିର ସୁଧିନ ଧବଲିକର ଏବଂ ଗୋଆ ଫରୱର୍ଡ ପାର୍ଟିର ବିଜୟ ସରଦେଶାଇ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ଏହାଛଡା ତିନି ପାର୍ଟି ଏବଂ ନିର୍ଦ୍ଦଳୀୟ ସମେତ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି । ତେବେ ବିଧାନସଭା ଉପାଧ୍ୟକ୍ଷ ମାଇକେଲ୍ ଲୋବୋ ଏହି ପଦ ପାଇଁ ନିର୍ବାଚନ ହେବା ପର୍ଯ୍ୟନ୍ତ କାର୍ଯ୍ୟବାହକ ଅଧ୍ୟକ୍ଷ ରହିବେ ।