କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା; ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକୃତ ଦୋଷୀ ପାଖରେ ପହଂଚି ପାରି ନାହିଁ ପୋଲିସ୍ ।

ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଗଲା ପରେ ଏହାର ତଦନ୍ତର ମୋଡ଼ ବଦଳିଛି । ତେବେ ଆଜି ମଧ୍ୟ ତନାଘନା ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ର ତନାଘନା କରାଯାଉଛି ।

ଡ଼ିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଆଶ୍ରମର ମହିଳା କେୟାରଟେକର ଙ୍କୁ ସାଥୀରେ ଧରି ଛାନଭିନ୍ ଆରମ୍ଭ ହୋଇଛି । ଫରେନସିକ୍ ଟିମ୍ ସହ ଏମସ୍ ର ଡ଼ାକ୍ତରୀ ଦଳ ମଧ୍ୟ ଏହି ଛାନଭିନ୍ ର ସାମିଲ୍ ହୋଇଛନ୍ତି ।

ବୁଧବାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୋଲିସ୍‌ ଡିଜି । ଏହି ମାମଲାରେ ଜଡ଼ିତ ସମସ୍ତ କାଗଜପତ୍ର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା । ତଦନ୍ତ ପାଇଁ ଚାନ୍ଦବାଲି ଅଭିମୁଖେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବାହାରିଥିଲା । ସେହିପରି ଅନ୍ୟଏକ ଟିମ୍‌ ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ବାହାରିଥିବା ସୂଚନା ମିଳିଥିଲା ।

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଯାଜପୁର କାଳିଆପାଣି ଅଞ୍ଚଳରେ ୩ ଦିନ ଲୁଚି ରହିଥିବା ପୋଲିସ୍‌କୁ ସୂଚନା ମିଳିଛି । ଏନେଇ ଖବର ଜଣାପଡିବା ପରେ ଶର୍ମିଷ୍ଠାଙ୍କ ଶାଶୁଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରି ଫେରିଥିବା ଜଣାପଡିଛି । ମାମଲାରେ ତଦନ୍ତକୁ ତ୍ୱରାନିତ ନେଇ ରାଜ୍ୟ ବାହାରକୁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଗସ୍ତ କରିଛି ।