କୋରୋନା ସଂକ୍ରମଣ ଜାହାଜରୁ ଉଦ୍ଧାର କରିବାକୁ ଓଡ଼ିଆ ଯୁବକଙ୍କ ନିବେଦନ

ବ୍ରହ୍ମପୁର: କୋରୋନା ଭାଇରସ୍ ନେଇ ବିଶ୍ୱବ୍ୟାପି ଆତଙ୍କ ଖେଳିଯାଇଥିବାବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି । ଜଣେ ଓଡ଼ିଆ ଯୁବକ ଜାପାର ୟୋକହୋମା ବନ୍ଦରରେ କୋରୋନା ଭାଇରସ୍ ସଂକ୍ରମଣ ଜାହାଜରେ ଫସି ରହିଛନ୍ତି । ୧୪ଦିନ ଧରି ଉକ୍ତ ଜାହାଜରେ ରହିଥିବାବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ନିବେଦନ କରିଛନ୍ତି ।

ଯୁବକ ଜଣକ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଜାହାଜରେ ୧୪ ଦିନ ଧରି ଫସିରହିଥିବା ଜଣାପଡ଼ିଛି । କୋରୋନା ଭାଇରସ ପରୀକ୍ଷାରେ ତାଙ୍କୁ କୋରୋନା ହେଇନଥିଲେ ମଧ୍ୟ କଣ ପାଇଁ ଜାପାନ ସରକାର ତାଙ୍କୁ ଜାହାଜରେ ଅଟକ ରଖିଛନ୍ତି ସେ ନେଇ ଭାରତ ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ ଓ ଯୁବକ ।

ଯୁବ ଇଞ୍ଜିନିୟର ଜଣକ ହେଲେ ବ୍ରହ୍ମପୁର ସହରର ଶିବାସିସ୍ ନାୟକ। ଦିର୍ଘ ୧୪ ଦିନ ଧରି ଜାପାନ ରେ ଫସି ରହିଥିବା ବେଳେ ଉଦ୍ଧାର କରିବା ଲାଗି ପରିବାର ଲୋକେ ନିବେଦନ କରିଛନ୍ତି ।