କୋଭିଡ-୧୯ସ୍ୱତନ୍ତ୍ର ହସ୍ପିଟାଲ କାମର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଆଗୁଆ ପଦକ୍ଷେ ନେଉଛନ୍ତି । କରୋନା (କୋଭିଡ-୧୯ ) ରୋଗୀଙ୍କ ଚିକିତ୍ସା ଲାଗି ଓଡିଶା ଆଗୁଆ ରାଜ୍ୟଭାବେ ୧୦୦୦ ଶର୍ଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମେଡିକାଲ ଆରମ୍ଭ କରିଛନ୍ତି । ସ୍ୱତନ୍ତ୍ର କୋଭିଡ -୧୯ ମେଡିକାଲ କାମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏଂବ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଭୁବନେଶ୍ୱରର କିମ୍ସ ପରିଷରରେ ହେୁଥିବା ୫ ଶହ ଶର୍ଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ବୁଲି ଦେଖବା ସହ ହସ୍ପିଟାଲ ସେଟଅପର ସମୀକ୍ଷା କରିଛନ୍ତି । ଆସନ୍ତା ୧୫ ଦିନ ଭିତରେ ଏହି ସ୍ୱତନ୍ତ୍ର ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସମୀକ୍ଷା ସମୟରେ ସ୍ୱାସ୍ଥ୍‌୍ୟ ସଚିବ ସଚିବ ନିକୁଞ୍ଜ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତିଙ୍କ ସହ କିମ୍ସର ପକ୍ଷରୁ ଡାକ୍ତର ବି ପି ପାଣିଗ୍ରାହୀ ଏବଂ ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

କରୋନା ( କୋଭିଡ-୧୯)ର ଆଗୁଆ ପଦକ୍ଷେପ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସଂଶା କରିବା ସହ ଅନ୍ୟରାଜ୍ୟ ଓଡିଶାକୁ ଅନୁକରଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।


ସେହିପରି କୋରନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଓଡିଶା ସାରା ଦେଶରେ ଆଗୁଆ ରାଜ୍ୟ ଭାବେ ୧୦୦୦ ଶର୍ଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ୨ଟି କୋଭିଡ୍‌-୧୯ ହସ୍ପିଟାଲ୍ ଖୋଲାଯିବ ।
ଏଥିପାଇଁ ରାଜ୍ୟ ସରକାର, ସମ୍ ମେଡିକାଲ କଲେଜ ଓ କିମ୍‌ସ ମେଡିକାଲ୍ କଲେଜ ମଧ୍ୟରେ ଦୁଇଟି ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଆସନ୍ତା ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ହସ୍ପିଟାଲ୍ ନିମନ୍ତେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଓ ମହାନଦୀ କୋଲ୍ ଫିଲ୍ଡ (ଏମ୍‌ସିଏଲ୍‌) ସେମାନଙ୍କ ସିଏସ୍‌ଆର୍ ପାଣ୍ଠିରୁ ଅର୍ଥ ଯୋଗାଇ ଦେବେ । ସମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ୫୦୦ ଶଯ୍ୟା ଓ ଆଇସିୟୁ ଏବଂ କିମ୍‌ସ ମେଡିକାଲ କଲେଜ ଓ ହସ୍ପିଟାଲରେ ୫୦୦ ଶଯ୍ୟା ରହିବ ।