କୂଅରୁ ଉଦ୍ଦାର ହେଲେ ତିନି ଭାଲୁ

ମାଲକାନାଗିରୀ : କୂଅରେ ପଡିଯାଇଥିଲେ ଭାଲୁ । ବାହାରିବାକୁ ଆଉଟୁ ପାଉଟୁ ହେଇଥିଲେ । ମାଲକାନାଗିରୀ ଜିଲ୍ଲା ବାଲିମେଳା ଥାନା ଅଞ୍ଚଳର କୋଣ୍ଡେଲ ଗାଁରେ ଏମିତି ଅକଳରେ ପଡିଥିଲେ ଭାଲୁ । କୋଣ୍ଡେଲ ଗାଁ ନିକଟରେ ଥିବା ଏକ କୁଅରୁ ୩ଟି ଭାଲୁଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଭାଲୁମାନଙ୍କୁ ଉଦ୍ଧାର କରିଥିଲେ।