କାର କାଚ ଭାଙ୍ଗି ଲୁଟିନେଲେ ୨ ଲକ୍ଷ ୪୦ ହଜାର ଟଙ୍କା

ରାଜଧାନୀର ବିଚ୍ ବଜାରରେ ଲୁଟ । ଭୁବନେଶ୍ବର ଜନଗହଳିପୂର୍ଣ୍ଣ ବାପୁଜନଗରରୁ ଆସିଛି ଲୁଟ ଅଭିଯୋଗ । ବ୍ରହ୍ମପୁରର ଗୋଟିଏ ପରିବାର ବାପୁଜୀ ନଗରରୁ ଟିଭି, ଫ୍ରିଜ୍ କିଣିବା ପାଇଁ କାର ପାର୍କିଂ କରି ଏକ ସୋ ରୁମକୁ ଯାଇଥିଲେ । ଏହାରି ଭିତରେ କାର କାଚ ଭାଙ୍ଗି ୨ ଲକ୍ଷ ୪୦ ହଜାର ଲୁଟ କରିନେଇଥିଲେ ଲୁଟେରା । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।