STFର ଚଢାଉ : କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ

କେନ୍ଦୁଝର: କେନ୍ଦୁଝର ଆରଟିଓ ଅଫିସ ନିକଟରେ କ୍ରାଇମବ୍ରାଞ୍ଚ STFର ଚଢାଉ । ଗୋଟିଏ କଲରାପତରିଆ ବାଘ ଛାଲ, ୨ ହାତୀ ଦାନ୍ତ ଜବତ କରାଯାଇଛି । ଡିଲ୍ ବେଳେ ୩ ମିଡିଲମ୍ୟାନଙ୍କୁ ଧରିଛି STF । ଲକ୍ଷାଧିକ ଟଙ୍କାରେ ଡିଲ ହେଉଥିଲା ବାଘ ଛାଲ ଓ ହାତୀଦାନ୍ତ । ବାଘ ଛାଲ ଓ ହାତୀ ଦାନ୍ତ ରାକେଟ ନେଇ ୩ ଜଣଙ୍କୁ ପଚରାଉଚରା କରୁଛି ଏସଟିଏଫ୍ ।
ଗିରଫ ୩ ଜଣ ହେଲେ କରଞ୍ଜିଆର ସେଖ୍ ହସମତି ଅଲ୍ଲୀ, ଚନ୍ଦ୍ରକାନ୍ତ ଧଳ ଓ ମୟ ରାଉତ । ଜବତ ବାଘଛାଲ ଓ ହାତୀଦାନ୍ତ ଡେରାଡୁନର ୱାଇଲଡ ଲାଇଫ ଇନଷ୍ଟିଚ୍ୟୁଟକୁ ପଠାଯାଇଛି । ତେବେ ଦନ୍ତା ଓ ବାଘ କେଉଁଠୁ ଶିକାର ହୋଇଛି । କେଉଁଠିକୁ ଲମ୍ବିଛି ହାତୀଦାନ୍ତ ଓ ବାଘଛାଲ ଚାଲାଣର ରାକେଟ ତାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ ।