କରୋନା ସଫଳ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ : ଏନ ଡି ଟିଭିର ପ୍ରଶଂସା,ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ବର : ନ୍ୟାସନାଲ ଚ୍ୟାନେଲ ଏନ ଡି ଟିଭି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୋନା ସଫଳ ମୁକାବିଲାର ଉଦାହରଣ କହି ପ୍ରଶଂସା କରିଛି । ଏହି ଚ୍ୟାନେଲରେ ଓଡ଼ିଶା ମୁଖ୍ୟମନ୍ତ୍ରୀ କିପରି ସାମାଜିକ ସଂକ୍ରମଣ କୁ ଦୁଇଗୁଣିତ ହେବାରୁ ରୋକି ପାରିଛନ୍ତି ସେସମ୍ୱନ୍ଧରେ ସୂଚନା ଦେଇଛନ୍ତି ।
ଆମେରିକା, ଇଟାଲୀ ଭଳି ଶକ୍ତିଶାଳୀ ଦେଶ ପାଇଁ କରୋନା ଏକ ଚିନ୍ତାର କାରଣ ପାଲଟି ଥିବାବେଳେ ନବୀନ ସରକାର ଏହାର ଭୟାବହତାକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ଲକ ଡାଉନ ଘୋଷଣା କରିବା ପୂର୍ବରୁ ନିଜ ରାଜ୍ୟରେ ଲକ ଡାଉନ ଘୋଷଣା କରିଥିଲା । ଯାହାକି ଅନ୍ୟ ରାଜ୍ୟ ପାଇଁ ଏକ ଉଦାହରଣ । ଓଡ଼ିଶା ଏକ ବାତ୍ୟା, ବନ୍ୟା ପ୍ରବଣ ଅଞ୍ଚଳ । ଏହାର ମୁକାବିଲା କରିବାରେ ଓଡିଶା ସରକାର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏହି ଅନୁଭଵକୁ କରୋନା ମୁକାବିଲା ପାଇଁ ଉପଯୋଗ କରଥିବା କଥା ଏହି ଚ୍ୟାନେଲ ମାଧ୍ୟମରେ ପ୍ରକାଶ କରାଯାଇଛି ।

ସେହିପରି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ନହୋଇଥିଲେ ମଧ୍ୟ ଏହାପୂର୍ବରୁ ଅନେକ ଜିଲ୍ଲାରେ କୋଭିଡ ହସ୍ପିଟାଲ ତିଆରି କରିଥିବା ବେଳେ ଅନେକ ଜିଲ୍ଲାରେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ଭୟବହାତକୁ ନେଇ ଜନ ସଚେତନତା ପାଇଁ ମଧ୍ୟ ଅନେକ ଭିଡ଼ିଓ ଜାରିକରିଛନ୍ତି ଓଡ଼ିଶା ସରକାର ।

ଅପରପକ୍ଷରେ କରୋନା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରି ଐତିହାସିକ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର । ପ୍ରତି ପଞ୍ଚାୟତରେ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ରେଜିଷ୍ଟ୍ରେସନ ଦାୟିତ୍ୱ ସରପଞ୍ଚ ଙ୍କୁ ପ୍ରଦାନ କରାଯାଇଛି । ସେମାନେ ନିଜ ଅଞ୍ଚଳକୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟିନରେ ରଖାଯିବ । ୧୪ଦିନର କ୍ୱାରେଣ୍ଟିନ ପରେ ତାଙ୍କୁ ୨୦୦୦ ଟଙ୍କା ସହାୟତା ରାଶି ଦିଆଯିବ ।