କରୋନା ପାଇଁ ଏଥର ରଥଯାତ୍ରା ହେବ ନା ନାହିଁ, ପଢନ୍ତୁ କଣ କହୁଛନ୍ତି ସରକାର

ପୁରୀ: କରୋନା ମହାମାରୀକୁ ନେଇ ଆସନ୍ତା ଜୁନ ୨୩ରେ ପଡ଼ୁଥିବା ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି । ତେବେ ଏହି ସମୟରେ ପୁରୀରେ ରଥଯାତ୍ରା ହେବା ନେଇ ଚାଲିଛି ବିଚାରବିମର୍ଶ । ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ରଥଯାତ୍ରା ନେଇ ଆଲୋଚନା ଚାଲିଛି । ତେବେ ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଏ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ଅଳ୍ପଦିନ ବାକି ରହିଛି । ଅନ୍ୟପଟେ ରଥାଯାତ୍ର ପାଇଁ ପୁରୀରେ ରଥକାଠ ପହଞ୍ଚିସାରିଛି । ତେବେ ଏହି ସମୟରେ କରୋନା ବିରୋଧରେ ଲଢେଇ ଚାଲିଥିବାରୁ ରଥଯାତ୍ରା ହେବ କି ନାହିଁ ସେ ବିଚାରବିମର୍ଶ ଚାଲିଛି ।
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ସମସ୍ଥେ ଚଂହାନ୍ତି ରଥଯାତ୍ରା ହେଉ । ରଥଯାତ୍ରା ହେବକି ନାହିଁ ସରକାର ନିଷ୍ପତି ନେବେ । ତାହା ଏବେ ଠୁ କହିହେବନି । ଏହି ନିଷ୍ପତି ଆଗରୁ ଶ୍ରୀମନ୍ଦିର ପ୍ରଶାସନ, ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ସମସ୍ତଙ୍କ ମତ ନିଆଯିବା ଦରକାର । ସରକାର ବିଚାର ବିମର୍ଷ କରିବା ଲାଗି ଯଥେଷ୍ଟ ସମୟ ଅଛି । ଭକ୍ତଙ୍କ ଭାବେବେଗ ଓ ସବୁକୁ ବିଚାରକରି ସରକାର ନିଷ୍ପତି ନେବେ ।
କରୋନା ସଂକ୍ରମଣର ଭୟାବହତାକୁ ନଜରରେ ରଖି କେନ୍ଦ୍ର ସରକାର ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା କରିଛନ୍ତି । ଓଡ଼ିଶା ସରକାର ମଧ୍ୟ ଲକଡାଉନ୍ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏ ଏହା ବଢ଼ାଇ ଦେଇଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ଏଥର ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବାତିଲ କରି ଦିଆଯାଇଛି । ଏବେ ସମସ୍ତଙ୍କ ନଜର ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଉପରେ ରହିଛି ।