କଆଖାଇ ହତ୍ୟା ପଛର ରହସ୍ୟ ,ଉନ୍ମେୟଙ୍କ ଭାଇରାଲ ଭିଡ଼ିଓ  !

ଭୁବନେଶ୍ବର: କୁଆଖାଇ ନଦୀପଠାରୁ ମିଳିଥିବା ଅଧାପୋଡା ମୃତଦେହକୁ ଚିହ୍ନଟ ପରେ କିଏ କାହିଁକି ତାଙ୍କୁ ହତ୍ୟା କରି ପୋଡିଲା ତାକୁ ନେଇ ଚାଲିଛି ଖୋଳତାଡ଼ । ସାଇଣ୍ଟିଫିକ୍ ଟିମ୍ ସହାୟରେ ଛାନଭିନ୍ ଚଳାଇଛି ମଞ୍ଚେଶ୍ବର ପୋଲିସ । ତେବେ ହତ୍ୟା ପଛରେ ଭାଇରାଲ ଭିଡିଓ ପ୍ରମୁଖ କାରଣ ବୋଲି ସନ୍ଦେହ ଦୃଢ ହେବାରେ ଲାଗିଛି ।

ଉନ୍ମେୟ ମୃତ୍ୟୁ ପଛରେ ଭାଇରାଲ ଭିଡ଼ିଓ  । ଭାଇରାଲ ଭିଡ଼ିଓ ପାଇଁ ତାଙ୍କୁ ହତ୍ୟା କରି ପୋଡ଼ି ଦିଆଯାଇଥିବା ସନ୍ଦେହ ଦୃଢ ହେବାରେ ଲାଗିଛି । ଚାନ୍ଦବାଲିର ଜଣେ ଯୁବତୀଙ୍କ ସହ ଉନ୍ମୟଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ଅଭିଯୋଗରେ ଗତବର୍ଷ ଉନ୍ମେୟଙ୍କୁ ଗିରଫ କରିଥିଲା ପୋଲିସ । ଇଏ ସେଇ ଭିଡିଓ, ଯାହାକୁ ସଂପୂର୍ଣ୍ଣ ଦେଖାଇବା ସମ୍ଭବ ନୁହେଁ । ସେତେବେଳେ ପୋଲିସ ଭିଡିଓ ଜବତ କରି ଡିଲିଟ୍ କରିଥିଲା । ମାତ୍ର ତିନି ଦିନ ତଳେ ଭିଡିଓ ପୁଣି ଭାଇରାଲ ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ସେଇ ଭାଇରାଲ ଭିଡିଓ ପାଇଁ ଉନ୍ମେୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ଭିଡିଓରେ ଥିବା ଯୁବତୀ କିଏ । ଯୁବତୀଙ୍କ ସହ ଉନ୍ମେୟଙ୍କର କି ସଂପର୍କ ରହିଥିଲା ? ଶୁଣାଯାଉଛି ଯୁବତୀ କୁଆଡ଼େ ଉନ୍ମୟଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । ତାଙ୍କୁ କୁଆଡ଼େ ଅନ୍ୟ ଜଣେ ଯୁବକ ବି ଭଲ ପାଉଥିଲେ । ତ୍ରିକୋଣୀୟ ପ୍ରେମ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଉନ୍ମୟଙ୍କ ଗୋଡ଼ରେ ଅଳତା ଲାଗିଥିବାରୁ ସେ ନିକଟରେ ବାହା ହୋଇଥିବା ସନ୍ଦେହ କରାଯାଉଛି।

ଦୁଇ ଦିନ ହେଲା ନିଖୋଜ ଥିଲେ ଉନ୍ମେୟ । ଏନେଇ ଥାନାରେ ମିସିଂ କେସ୍ କରିଥିଲେ ତାଙ୍କ ଭାଇ । ବୁଧବାର ନଦୀପଠାରୁ ମିଳିଥିଲା ମୃତଦେହ । ତଥାପି ପୋଲିସ ମୃତ ଦେହ ଚିହ୍ନଟ ପାଇଁ DNA ଟେଷ୍ଟ କରିବ ବୋଲି କହିଛି । ସେପଟେ ଭାଇରାଲ ଭିଡ଼ିଓ ଦିଗକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଛି କମିଶନରେଟ ପୋଲିସ । ପ୍ରେମ ପାଇଁ  କେହି ସୁପାରୀ ଦେଇ ଚିନ୍ମୟଙ୍କୁ ହତ୍ୟା କରିଛି ନା ଝିଅର ପରିବାର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ଏନେଇ ଛାନଭିନ୍ ଚାଲିଛି । ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ଏକାଧିକ ଲୋକ ଏହି ହତ୍ୟାରେ ସଂପୃକ୍ତ ଥିବା ଜଣାପଡିଛିସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଖୁବଶୀଘ୍ର ହତ୍ୟାକାରୀକୁ ଚିହ୍ନଟ କରାଯିବ ବୋଲି ଡିସିପି କହିଛନ୍ତି ।

ପ୍ରଶ୍ନ ଉଠୁଛି ଭାଇରାଲ ଭିଡିଓ ନେଇ ପୋଲିସ ତଦନ୍ତ ଆଗକୁ ବଢାଇଥିଲେ ଉନ୍ମୟଙ୍କ ମୃତ୍ୟୁକୁ ରୋକାଯାଇପାରିଥାନ୍ତା କି। ଉନ୍ମୟଙ୍କ ଭାଇଙ୍କ ମିସିଂ କେସ୍‌କୁ ପୋଲିସ ଗୁରୁତ୍ବ ଦେଇନଥିଲା କି । ଏହି ଘଟଣାରେ ରହସ୍ୟ ଯେତିକି ଫିଟୁଛି ରହସ୍ୟ ସେତିକି ଘନଉଛି।