କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ

ଭୁବନେଶ୍ୱର: ବହୁ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇ ଦେଇଛନ୍ତି।ପ୍ରକାଶ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, କଂଗ୍ରେସ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ତାଙ୍କୁ କଟକ ଜିଲ୍ଲା ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ତାଙ୍କ ଅଭିଯୋଗକୁ ପିସିସି ସଭାପତି ଶୁଣୁ ନଥିଲେ। ସେ ଆହୁରି ଲେଖିଛନ୍ତି,“ମୁଁ ୨୦ ବର୍ଷ ଧରି କଂଗ୍ରେସ ପାଇୱ କାମ କରିଛି। କିନ୍ତୁ ଦଳ ମୋତେ ଅବହେଳା କଲା। ସେଥିପାଇଁ ଦୁଃଖର ସହିତ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।” ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପିରେ ଯୋଗ ଦେଇପାରନ୍ତି। ବିଜେପି ସହ ପ୍ରକାଶ ଯୋଗାଯୋଗରେ ଥିବା ଖବର ମିଳିଛି ।